କିଶନନଗର ଧାନ ମଣ୍ଡି ଖୋଲିଲା

କଟକ ସଦର,୧୨/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ କିଶନନଗର କୃଷକ ସେବା ସମବାୟ ସମିତି ପକ୍ଷରୁ ସଭାପତି ବିରଞ୍ଚିନାରାୟଣ ପଣ୍ଡା ଙ୍କ ପୈ।ରୋହିତ୍ୟରେ ଆଜି ସୋମବାର ଦିନ କିଶନନଗର ଠାରେ ଧାନ ମଣ୍ଡି ଉଦଘାଟନ ହୋଇଯାଇଛି। ଏହାକୁ କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ସମେତ ସଦର ବ୍ଲକ୍ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଚରଣ ଜେନା, ସରପଂଚ ସୁଜାତା ସେଠୀ ପ୍ରମୁଖ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ନେତା ଚିତ୍ତରଞ୍ଜନ ସାହୁ, ସମିତି ଉପସଭାପତି ବାବୁଲାଲ ନାୟକ, ହୃଦାନନ୍ଦ ହୋତା, ସୁରେଶ ବିଶୋଇ, ଦେବେନ୍ଦ୍ର ଜେନା, ରମେଶ ବିଷୋୟୀ, ଅରବିନ୍ଦ ବିଶୋଇ, ଦିଲ୍ଲିପ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ସମିତି ସଂପାଦକ ଚନ୍ଦ୍ର ଶେଖର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ମଣ୍ଡିରେ ଚଳିତବର୍ଷ ୫୬୧ ଜଣ ଚାଷୀ ଙ୍କ ଠାରୁ ୨୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଆଜି ଉଦଘାଟନ ଦିବସରେ ୮ ଜଣ ଚାଷୀ ଙ୍କ ଠାରୁ ୪୬୦ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ଜଣାପଡିଛି। ସେହିପରି ପ୍ରହରାଜପୁର ଠାରେ ମଧ୍ୟ ଆଜି ଧାନ ମଣ୍ଡି ଖୋଲାଯାଇଛି। ଏହାକୁ କଟକ ସଦର ଉପ ଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ସହିତ କିଶନନଗର ତହସିଲଦାର ଉଦଘାଟନ କରିଥିଲେ।

ସମିତି ର ସଭାପତି ସେଖ୍ ଇଲିୟାସ ଅଲ୍ଲୀ ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାନ, ପୂର୍ବତନ ସମିତି ସଭ୍ୟ ସୋମନାଥ ସାହୁ, ଵୋଧପୁର ସରପଂଚ ପ୍ରଶାନ୍ତ ବେହେରା, କିଶନନଗର ସରପଂଚ ସୁଜାତା ସେଠୀ, କୃଷକ ନେତା ଚିତ୍ତରଞ୍ଜନ ସାହୁ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ମଣ୍ଡିରେ ଚଳିତବର୍ଷ ପ୍ରହରାଜପୁର ଓ ଵୋଧପୁର ଦୁଇଟି ପଞ୍ଚାୟତର ୩୧୬ ଜଣ ଚାଷୀ ୧୦ ହଜାର କୁଇଣ୍ଟାଲ ଧାନ ଦେବେ ବୋଲି ଲକ୍ଷ ଧାର୍ଯ୍ୟ ହୋଇଥିବା ଜଣାପଡିଛି। ଶେଷରେ ସମିତି ର ସଂପାଦକ ସେଖ୍ ରହେମତ ଉଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *