ନବୀନବାବୁଙ୍କ ଆଶୁ ଆରୋଗ୍ୟ କାମନା କରି ମନସୁରବାବାଙ୍କ ପୀଠରେ ଚାଦର ଅର୍ପଣ

କେନ୍ଦ୍ରାପଡ଼ା,୨୨/୦୬/୨୦୨୫(ଓଡ଼ିଶା ସମାଚାର)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡା ଜିଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠସ୍ଥଳୀରେ ରବିବାର ଚାଦର ଅର୍ପଣ କରାଯାଇଛି ।

ଜିଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ରଞ୍ଜିତ କୁମାର ସାହୁ, ମୁକ୍ତାର ଖାଁ, ସେକ ନିଜାମୁଦ୍ଧିନ, କାଉନସିଲରଙ୍କ ପ୍ରତିନିଧି ସେକ ଚାନ୍ଦ, କାଉନସିଲରଙ୍କ ପ୍ରତିନିଧି ସେକ ନସିମୁଦ୍ଧିନ, ସେକ କାଲୋ, ସେକ ମୁସ୍ତକିମ, ସେକ ସାନ୍, ସାବିର ହୋସେନ, ସେକ ଟିପୁ ସୁଲତାନ, ସେକ କାସିମ, ସେକ ରୋହିତ, ସେକ ମୋତି, ସେକ ବାସା, ସେକ ସାବିର, ସେକ ହଲିମ, ସେକ ଇମୋ, ସେକ ସୁଫିଆନ ପ୍ରମୁଖ ଶତାଧିକ ବିଜେଡି ସମର୍ଥକ ଯୋଗଦେଇ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠରେ ଚାଦର ଚଢାଇବା ସହ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାମୁହିକ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *