କେନ୍ଦ୍ରାପଡ଼ା,୨୩/୦୧/୨୦୨୪ (ଓଡ଼ିଶା ସମାଚାର)- ଜିଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ ସହ ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ତତ୍ୱାବଧାନରେ ତ୍ରିଦିବସୀୟ ଜିଲାସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ବାଲୁେଙ୍କଶ୍ୱର ନୋଡାଲ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ସଭାରେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲା ଓ ମୁଖ୍ୟବକ୍ତା ଭାବେ ଜିଲା ପରିଷଦ ସଭ୍ୟ ଧନେଶ୍ୱର ସେଠୀ ଯୋଗଦେଇ ମାନବିକତା ମନ୍ତ୍ରହିଁ ସୁସ୍ଥ ସମାଜ ଗଠନରେ ସହାୟକ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଜୁନିୟର ରେଡକ୍ରସ ଜିଲା ସମ୍ପାଦିକା ସ୍ମିତା ପ୍ରତିଭା ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଜିଲା ଜୁନିୟର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରାଙ୍କ ସଂଯୋଜନାରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିବା ଜୁନିୟର ରେଡକ୍ରସ ସ୍ୱେଛାସେବୀ ମାନଙ୍କୁ ରେଡକ୍ରସର ଇତିହାସ, ସାତ ସ୍ୱର୍ଣ ସିଦ୍ଧାନ୍ତ, ପାଣିପାଗ ପରିବର୍ତନ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା,ବିଦ୍ୟାଳୟ ନିରାପତା ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜାତୀୟ ସ୍ତରୀୟ ପ୍ରଶିକ୍ଷକ ଡ. ବିକାଶ ପ୍ରସାଦ, ସର୍ଭ ପରାମର୍ଶଦାତା ମନୋଜ କୁମାର ଶତପଥୀ,ସାଧନ କର୍ମୀ ଅଶୋକ କୁମାର ଦାଶ, ଯୁଗ୍ମ ସମ୍ପାଦକ ବଙ୍କିମ ବିହାରୀ ମହାନ୍ତି, ସାଧନ କର୍ମୀ ତପନ କୁମାର ଦାଶ ପ୍ରମୁଖ ସ୍ୱେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସାଂକୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ରାଜନଗର ମଣ୍ଡଳ ଅଧିକାରୀ ମନୋରଞ୍ଜନ ସେଠୀ, ଆଳି ମଣ୍ଡଳ ଶିକ୍ଷା ଅଧିକାରୀ ନଳିନୀ ରଞ୍ଜନ ରାଉତରାୟ, ଜିଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ,ପଟ୍ଟାମୁଣ୍ଡାଇ ବିଆରସିସି ଚନ୍ଦ୍ରଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗରେ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟସ୍ତରକୁ ମନୋନୀତ କରାଯାଇଥିଲା । ଉଦଯାପନୀ ସଭାରେ ବାଲୁେଙ୍କଶ୍ୱର ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ଡ. କାନନବାଳା ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲାପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଗ୍ରାମ ପଂଚାୟତ ସରପଂଚ ଅରକ୍ଷୀତ କାଣ୍ଡି, ସମିତି ସଭ୍ୟ ଫନିନ୍ଦ୍ର ବେହେରା, ଶିକ୍ଷାବିତ ବିଧାନ ଚନ୍ଦ୍ର ସାମଲ, ମୋ ସ୍କୁଲ ସଭାପତି ଦୀପକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମାଟିଆ ପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।