ଢ଼େଙ୍କାନାଳ ମହୋତ୍ସବ-୨୦୨୬ ଉପଲକ୍ଷେ କବି ସମ୍ମିଳନୀ ଅନୁଷ୍ଠିତ

ଢ଼େଙ୍କାନାଳ,୧୧/୦୧/୨୦୨୬ (ଓଡ଼ିଶା ସମାଚାର)- ଢ଼େଙ୍କାନାଳ ମହୋତ୍ସବ-୨୦୨୬ ଆୟୋଜନ ଉପଲକ୍ଷେ ଆଜି ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କବି ସମ୍ମିଳନୀକୁ ପଦ୍ମଶ୍ରୀ ପଣ୍ଡିତ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ବିଶିଷ୍ଟ କବି ଗାଳ୍ପିକ ପ୍ରଫେସର ଡ଼କ୍ଟର   ଯଶୋଧାରା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ।

ଲେଖନୀ   ମୁନରେ କବି ଓ ଗାଳ୍ପିକ ମାନେ ସମାଜର ସାମଗ୍ରିକ ବିକାଶ ଧାରାର ପଥ ଉନ୍ମୁକ୍ତ କରିଥାନ୍ତି ବୋଲି ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଏବଂ ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଡ଼କ୍ଟର ସୁବାଷ ନାୟକଙ୍କ ରଚ଼ିତ ନନ୍ଦିନୀ ଶତପଥୀ ନାମକ ଜୀବନୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚ଼ନ କରିଥିଲେ । ପରେ ଜିଲ୍ଲାର ସମୁଦାୟ ୧୦୦ ଜଣ କବି/ କବୟତ୍ରୀ ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ । ଅଧ୍ୟାପିକା ଡକ୍ଟର ପୁଷ୍ପଲତା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *