୧୯୮୯ କେବି ଏକାଡେମୀ ମାଟ୍ରିକ ବ୍ୟାଚ ବଂଧୁମୀଳନ

ଖୋର୍ଦ୍ଧା,୨୫/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ଡିଆ ପଂଚାୟତ ମା ଭୈରବୀ ପୀଠରେ ଏକ ବଂଧୁମୀଳନ କାର୍ଯ୍ୟକ୍ରମ ହୋଇଯାଇଛି। ବଡ ଦିନର ଶୁଭ ଅବସରରେ ନିରାକାରପୁର କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୮୯ ମାଟ୍ରିକ ବ୍ୟାଚ ର ସପ୍ତମ ବଂଧୁମୀଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଏକବର୍ଷ ପରେ ଆଜି ୧୭ ଟି ପରିବାର ଏକତ୍ରୀତ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ମିୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା। ସିନିୟର ବିଭାଗରେ ସିତାରାଣୀ ସାହୁ ଓ ଜୁନିଅର ବିଭାଗରେ ସୈଦ୍ୟାସ୍ନାତା ସାହୁ ଚଂପିୟାନ ହୋଇ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମ କୁ ସୁକାନ୍ତ ସାହୁ,ଧନେଶ୍ଵର ଭଂଜ,ସୁନୀଲ ସୁବୁଦ୍ଧି,ଶ୍ରୀ ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *