ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ।

ଯାଜପୁର ,୨୯/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର):ବରୀ ବ୍ଲକ  ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ମାଧ୍ୟମିକ ବିଦ୍ୟାଳୟ ପରିସରରେ  ଥିବା କବି ବାଞ୍ଛାନିଧି ଦାସ ସ୍ମୃତି  ମଣ୍ଡପରେ ଉଦଯାପିତ ହୋଇଯାଇଛି ।

 ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଦାଶ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥୀ ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଦାମୋଦର ବେହେରା,  ସମ୍ମାନିତ ଅତିଥି  ଭାବେ ବରୀ ବିଡ଼ିଓ ଶ୍ରୀ ପଞ୍ଚାନନ ମଲ୍ଲିକ , ସମାଜ ସେବୀ ଅରବିନ୍ଦ ମହାନ୍ତି,  ଗିରିଶ ବିହାରି ମିଶ୍ର, ଲଷ୍ମୀ ନାରାୟଣ ଦାସ, ନାରାୟଣ ଚନ୍ଦ୍ର ଦାସ ପ୍ରାକ୍ତନ ସମ୍ପାଦକ ସନ୍ଥନ କଲେଜ , ଅଧ୍ୟାପକ ରିତେଶ କୁମାର ଦାସ ଯୋଗଦେଇ  ଏହି କାର୍ଯ୍ୟକ୍ରମ ବିଷୟର ନିଜ ନିଜର ମତ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା ,ସଭା ପ୍ରାରମ୍ଭରେ  ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ପରେ ପରେ ଅତିଥି ମାନେ  ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ ।ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଚିତ୍ତରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *