କେନ୍ଦ୍ରାପଡ଼ା,୧୦/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ନିଆଳ ଗ୍ରାମର ବିରଂଚି ନାରାୟଣ ମହାନ୍ତିଙ୍କ ଏକମାତ୍ର କନ୍ୟା +୩ ପ୍ରାଣୀବିଜ୍ଞାନ ସମ୍ମାନ ଶ୍ରେଣୀରେ ଅଧ୍ୟୟନରତ ସ୍ମୃତିଶ୍ରୀ ମହାନ୍ତି ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ଏଥିସହିତ ସେ ଜଣେ ଜାତୀୟ କଳାକାର ଓ ସମାଜସେବୀ ଭାବରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ୱାଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସ୍ମୃତିଶ୍ରୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ସ୍ମୃତିଶ୍ରୀଙ୍କୁ ମାନପତ୍ର, ମୋମେଂଟୋ ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଏଭଳି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଛାର ସୁଅ ଛୁଟିଛି ।
କେନ୍ଦ୍ରାପଡାର ଝିଅ ସ୍ମୃତିଶ୍ରୀଙ୍କୁ ଓଡିଶା ଗୌରବ ସମ୍ମାନ
