ଶଙ୍କର ଜୟନ୍ତୀ ମହୋତ୍ସବ ପାଳିତ

ଯାଜପୁର, ୧୫/୦୫/୨୦୨୪ (ଓଡ଼ିଶା ସମାଚାର)- ଭଗବତ୍ ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୧ତମ ଜନ୍ମ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଯାଜପୁର ଶାଖା ବାବା ଅଭୟ ନୃସିଂହ କମିଟିର ସଭାପତି ପ୍ରଦୀପ କୁମାର ବେହୁରିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାବା ଅଭୟ ନୃସିଂହ ପ୍ରାଙ୍ଗଣ ଓ ବଡ଼ ବଜାର ସ୍ଥିତ ଏକାଦଶ ରୁଦ୍ର ମନ୍ଦିର ପ୍ରାଙ୍ଗଣରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମୋଜୟନ୍ତୀ ମହୋତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମତଃ ସକାଳ ୮ ଘଟିକା ସମୟରେ ଅଭୟ ନୃସିଂହ ମନ୍ଦିର ନିକଟରେ ପ୍ରଭୁ ପାଦକୁ ସିଂହାସନରେ ସ୍ଥାପନ ସହିତ ପୂଜାର୍ଚ୍ଚନା ନାମ ସଂକୀର୍ତନ, ବନ୍ଦନା ଗାନ, ଦୀପ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ କୁମାର ପଣ୍ଡା, କ୍ରିଷ୍ଣା ବେହୁରିଆ, ଆନନ୍ଦ ବାହିନୀର ଲିଲିବାଳା ବେହୁରିଆ, ଶୁଭ୍ରଜ୍ୟୋତି ବେହୁରିଆ ଓ ଶତାଧିକ ଭକ୍ତବୃନ୍ଦ ଯୋଗ ଦେଇଥିଲେ । ଭକ୍ତ ସମୂହକୁ ମିଷ୍ଠାନ୍ନ ଓ ଫଳ ବଂଟନ କରାଯାଇଥିଲା । ତତ୍ପରେ ଦିନ ୧୨ ଘଟିକା ସମୟରେ ଯାଜପୁର ସହର ନିକଟସ୍ଥ ପ୍ରସିଦ୍ଧ ଏକାଦଶରୁଦ୍ର ମନ୍ଦିରରେ ବରାହଜୀଉ କମିଟି ଯାଜପୁର ପକ୍ଷରୁ ଭବବତ୍ ପାଦ ଆଦିଶଙ୍କରଙ୍କ ଜୟନ୍ତୀ ମହୋତ୍ସବକୁ ମହାସମାରୋହରେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ପାଳନ କରାଯାଇଥିଲା । ମୁଖ୍ୟ ପୂଜକଙ୍କ ପୂଜାର୍ଚ୍ଚନାରେ ସମସ୍ତ ଭକ୍ତବୃନ୍ଦ ପୁଷ୍ପାଞ୍ଜଳୀ ସମର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭଦ୍ରକ ୧୬ ଶାଖା ସଭାପତି ସୂର୍ଯ୍ୟ କୁମାର ଧଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶାଖା ସଂଗଠନର ସଭ୍ୟ ବିପିନ କୁମାର ସାହୁ, ଆଦିତ୍ୟ ପଣ୍ଡା, ହିମାଂଶୁ ମହାନ୍ତି, ମାନସୀ ଗଡ଼ୁ, ରଶ୍ମିତା ସାହୁ, ଟିକିନା ନନାଙ୍କ ସହିତ ବହୁ କର୍ମକର୍ତା ଯୋଗ ଦେଇଥିଲେ । ଜୟ ଶ୍ରୀରାମ, ହର ହର ମହାଦେବ, ଭାରତ ମାତା କି ଜୟ, ହମ୍ ହିନ୍ଦୁ ସନାତନୀ ହୁଁ ଭକ୍ତଙ୍କ ଧ୍ୱନୀରେ ପରିସର ପ୍ରକମ୍ପିତ ହୋଇଥିଲା । ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରଭୁପାଦଙ୍କର ଆଶିଷ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *