ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହ

ନିଶ୍ଚିନ୍ତକୋଇଲି,୧୦/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜନାର୍ଦ୍ଦନପୁର ପଂଚାୟତ ସରପଞ୍ଚ  ବିଶ୍ୱ ଭୂଷଣ ନାୟକ,ସମ୍ମାନୀୟ ଅତିଥି ଭାବେ ସମିତି ସଭ୍ୟ ରଞ୍ଜନ ବେହେରା, ଶିକ୍ଷାବିତ ବିଭୁତି ଭୂଷଣ ନନ୍ଦ,ନୃସିଂହ ପ୍ରସାଦ ସାହୁ,ବିବେକାନନ୍ଦ  ପ୍ରଧାନ, ରମେଶ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେଵ ପ୍ରସାଦ କର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ  ସହକାରୀ ଶିକ୍ଷକ ବିଶ୍ୱମ୍ଭର ରାଉତ ଓ ରବୀନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମୋହନ ଚରଣ ବେହେରା  । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ, ସୁଶାନ୍ତ କୁମାର ନାୟକ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଦେଓ,ସୁଶାନ୍ତ କୁମାର ବେହେରା, ବର୍ଷା ରାଣୀ ଦଣ୍ଡସେନା,ଶୁଭଶ୍ରୀ ମହାନ୍ତି, ସୁଭାଶିଷ ପ୍ରଧାନ ପ୍ରମୁଖ ଉତ୍ସବ ପରିଚାଳନା ରେ ସହାୟତାକରିଥିଲେ । ତିନିଦିନ ଧରି ଅନୁଷ୍ଠିତ ବିଭିନ୍ନ କ୍ରୀଡା, ବିଭିନ୍ନ ପ୍ରତିଯୋଗିତା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କାରାଯାଇ ଥିଲା ।

Leave a Reply

Your email address will not be published. Required fields are marked *