କିଶୋରନଗର କଲେଜର ପ୍ରତିଷ୍ଠା ଦିବସ ସହ ‘ ନୂଆ-ଓ’ ଉଦଯାପନ ଦିଵସ ପାଳନ

କଟକ ସଦର,୨୫/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା କିଶୋରନଗର କଲେଜର ୪୫ ତମ ପ୍ରତିଷ୍ଠା ଦିବସ ସହ ‘ ନୂଆ-ଓ’ କାର୍ଯ୍ୟକ୍ରମର ଉଦଯାପନ ଦିଵସ ଆଜି ଗୁରୁବାର ଦିନ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ପରିଚାଳନା କମିଟି ସଭାପତି ଚାରୁଵାଳା ପଣ୍ଡା, ରେଭେନ୍ସା ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ପ୍ରଫେସର ପଦନ କୁମାର ଜେନା, ‘ନୂଆ-ଓ’ ର ନୋଡାଲ ଅଫିସର ଡ଼ଃ ଅନାଦି ଚରଣ ବରାଳ ପ୍ରମୁଖ ଯୋଗ ଦେଇ ଶିକ୍ଷା ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଅଧ୍ୟାପକ ସାରଦା ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ପ୍ରେମାନନ୍ଦ ମୁଦୁଲି, ଅଧ୍ୟାପକ ସାଦିକ୍ ଅଲ୍ଲୀ, ବରିଷ୍ଠ ହିସାବ ରକ୍ଷକ କୃଷ୍ଣ ଚନ୍ଦ୍ର ମହାନ୍ତି, ଅଜୟ କୁମାର ରାଉତ, ଲକ୍ଷ୍ମୀ ନାରାୟଣ ସାହୁ, ଭାବଗ୍ରାହୀ ବିଶୋଇ ପ୍ରମୁଖ ସହାୟତା କରିଥିଲେ। ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *