ବିଜୁ ଜନତାଦଳ ସଂଖ୍ୟାଲଘୁ ସେଲ୍ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ରୁସ୍ତମ ମହମ୍ମଦ 

କଟକ ସଦର ,୨୬/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ବିଜେଡ଼ି ନେତା ଓ ସଂଗଠକ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ପଞ୍ଚାୟତର ସମାଜସେବୀ ରୁସ୍ତମ ମହମ୍ମଦଙ୍କୁ ରାଜ୍ୟ ବିଜେଡି ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧିଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସଂଖ୍ୟାଲଘୁ ସେଲ୍ (ଏମ୍ ସି) ର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି।

ଏଥିପାଇଁ ରୁସ୍ତମ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର, ରାଜ୍ୟ ସଂଖ୍ୟାଲଘୁ ସେଲ୍ ସଭାପତି ସେଖ୍ ନିଜାମୁଦ୍ଦିନ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ପ୍ରମୁଖ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ଜଣାପଡିବା ପରେ ରୁସ୍ତମଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *