ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ।

ଯାଜପୁର, ୨୩/୧୦/୨୦୨୫ (ଓଡ଼ିଶା ସମାଚାର)-  ଆଜି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ‘ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା’ ଅଧିନରେ ବିଦ୍ୟାଳୟସ୍ତରରେ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଅଛି। ଏହି ଯୋଜନା ଅଧିନରେ ଜିଲ୍ଲାର ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରେଇବା ସହ ଦୃଷ୍ଟି ବ୍ୟାଧି ପିଲାମାନଙ୍କୁ ମାଗଣା ଚଷମା ପ୍ରଦାନ ଏବଂ ଚିକିତ୍ସା ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ କର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ଦୃଷ୍ଟି ବ୍ୟାଧିତ ଯୋଗୁଁ କେତେ ପିଲା ଅସୁବିଧା ଭୋଗୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଉପସ୍ଥିତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଲେ। ଏହା ସହ ଜିଲ୍ଲାରେ ପୂର୍ଣ୍ଣମାତ୍ରାରେ ସଫଳ କରିବାକୁ ପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଯଯାତୀ କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷ ଡ଼ା. ସୀତାରାମ ମହାପାତ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀମାନେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *