କେନ୍ଦ୍ରାପଡାରେ ଜିଲା ସ୍ତରୀୟ ଧାନମଣ୍ଡି ଉଦଘାଟିତ

କେନ୍ଦ୍ରାପଡ଼ା, ୦୯/୦୧/୨୦୨୬(ଓଡ଼ିଶା ସମାଚାର)- ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଜିଲାପାଳ ସରକାରୀ ନିୟମ ଅନୁଯାୟୀ ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ଧାନ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳିତ ଭାବେ କ୍ରୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଜିଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ଥିରିକୃତ ନିୟମାବଳୀ ବିଷୟରେ ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମବାୟ ସମିତି ଉପନିବନ୍ଧକ ପ୍ରଭାକର ନାୟକ, ସହକାରୀ ନିବନ୍ଧକ ଯୋଗେନ୍ଦ୍ର ବିଶ୍ୱାଳ, ଆରଏମସି ସମ୍ପାଦକ ବିଦ୍ୟାଧର ବେହେରା, ବିକ୍ରମ ରାଉତରାୟ, ଆଇନଜୀବୀ ବିଜୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ଜମଧର ସମବାୟ ସମିତି ସମ୍ପାଦକ ବୈରାଗୀ ଚରଣ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ନିର୍ଦ୍ଧେଶକ ଜୀତେନ୍ଦ୍ର ପାଗଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚାଷୀ ସଂଘ ସଭାପତି ଶରତ ଚନ୍ଦ୍ର ମିଶ୍ର ଚାଷୀଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହିତ ଜିଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ । ପ୍ରଦୀପ୍ତ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଜମଧର ପ୍ରାଥମିକ କୃଷି ସମବାୟ ସମିତି ଲିଃର ସଭାପତି ଧରଣୀଧର ଦାସ ସଭାପତିତ୍ୱ କରିଥିବା ବେଳେ ନିର୍ଦେଶକ ଜିତେନ୍ଦ୍ର କୁମାର ମହାନ୍ତି ସଭା ପରିଚାଳନା କରିଥିଲେ ।

ସମବାୟ ସମିତି ପରିଚାଳନା ପରିଷଦର ସଭାନେତ୍ରୀ ମମତା ପ୍ରଧାନ, କୈଳାସ ଚନ୍ଦ୍ର ଦାସ, ବସନ୍ତ ଜେନା, ଅକ୍ଷୟ ମଳିକ, ଅକ୍ଷୟ ବାରିକ, ନମିତା ଦାସ, କୃଷ୍ଣଚନ୍ଦ୍ର ଦାସ, ଗୀତାଞ୍ଜଳି ବେହେରା, ଅଭିନାଶ ବାରିକ, ସଂଗମ ସାମଲ, ଭୀମସେନ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ନିର୍ଦେଶକ ଅଭିମନ୍ୟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାଖା ପାଖି ୩ ଶହ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *