ଶାନ୍ତି ଅହିଂସା ମାନବ ଧର୍ମ । ଏକଥା ବୁଝି କର ହେ କର୍ମାା
କେନ୍ଦ୍ରାପଡ଼ା, ୧୨/୮/୨୦୨୪ (ଓଡ଼ିଶା ସମାଚାର)- ଆଜିକାଲି ସାରା ବିଶ୍ୱରେ ମାନବାଧିକାର ଲୋପ ପାଇବାକୁ ଲାଗିଲାଣି । ହିଂସା ଦ୍ୱେଷର ଲେଲିହାନ ଶିଖାରେ ବିଶ୍ୱର ଅନେକ ରାଷ୍ଟ୍ର ଆଜି ଜର୍ଜରିତ । ଋଷ୍ ଓ ୟୁକ୍ରେନ ଏବଂ ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ନିରୀହ ନାଗରିକ ମୃତ୍ୟୁ ବରଣ କଲେଣି । ଅନେକ ବାସହରା ହୋଇ ଶରଣାର୍ଥୀ ଭାବରେ ଜୀବନ କାଟୁଛନ୍ତି । ଦେଶରୁ ସ୍ଥାନ ସଂରକ୍ଷଣ ହଟାଇବା ଆନ୍ଦୋଳନରେ ବାଙ୍ଗଲାଦେଶରେ ନିର୍ବାଚିତ ସରକାରର ପତନ ହୋଇଛି ସତ,କିନ୍ତୁ ନରସଂହାର, ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଶୋଷଣ ବଢିଚାଲିଛି । ଏ ସବୁ ଦାରୁଣ ଖବର ମାନବତା ବିରୋଧୀ ଘଟଣା ମୋ ମନରେ ଗଭୀର ଦୁଃଖ ସୃଷ୍ଟି କରିଛି । ଏଭଳି କୁକାର୍ଯ୍ୟ ଏ ମାନବଜାତି ପାଇଁ ଶୁଭଙ୍କର ନୁହେଁ । ଏ ଜାତି ଶାନ୍ତି ମୈତ୍ରୀରେ ବିଶ୍ୱାସ ରଖି ବଂଚିବା ଶିଖିବା ଉଚିତ । ବିଶ୍ୱର ପ୍ରତ୍ୟେକ ମଣିଷ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବା ଉଚିତ । ବସୁଧୈବ କୁଟୁମ୍ବକମ୍ ର ଅର୍ଥ ବୁଝିବା ଉଚିତ୍ । ଏକ ଈଶ୍ୱରଙ୍କ ସନ୍ତାନ ମଣିଷ ମଣିଷ ଭାଇ ଭାଇ ଏକଥାକୁ ବୁଝିବା ଉଚିତ । ନହେଲେ ଏ ପୃଥିବୀ ବକ୍ଷରୁ ବିଶାଳକାୟ ପ୍ରାଣୀ ଡାଇନୋସର ଲୋପ ପାଇବା ଭଳି ଏ ମାନବ ଜାତି ମଧ୍ୟ ଲୋପ ପାଇଯିବ । ମୁଁ ସମଗ୍ର ମାନବ ସମାଜକୁ ନିବେଦନ କରୁଛି, ହିଂସା, ଦ୍ୱେଷ, ଯୁଦ୍ଧ ଛାଡିÿ ମହାତ୍ମା ଓ ଆଧ୍ୟାତମିିକ ଗୁରୁମାନଙ୍କ ଉପଦେଶ ଅନୁସାରେ ସତ୍ୟ, ଅହିଂସା ଓ ଅନ୍ୟକୁ ଭଲପାଇବା ଉଦାରନୀତିକୁ ଆପଣାଇ ପରସ୍ପର ମଧ୍ୟରେ ଭାଇଚାରାର ମଞ୍ଜି ବପନ କର । ତେବେ ସମଗ୍ର ମାନବ ଜାତି ଏକ ମହାପ୍ରଳୟରୁ ରକ୍ଷା ପାଇପାରିବ । ଏଥିପାଇଁ ସମସ୍ତ ରାଷ୍ଟ୍ର ମୁଖ୍ୟମାନେ ଚିନ୍ତା କରନ୍ତୁ । ନାରୀ ନିର୍ଯାତନା ବନ୍ଦ କରନ୍ତୁ । ମାଆକୁ ସମ୍ମାନ ଦିଅନ୍ତୁ ତେବେ ଯାଇ ଏ ମାନବ ଶ୍ରେଷ୍ଠ ଜୀବରେ ଗଣନା ହେବ । ଏହି ପରିସ୍ଥିତିରେ ମୃତ ଲୋକମାନଙ୍କର ଆତ୍ମାର ସଦଗତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଏକ ସମବେତ ପ୍ରାର୍ଥନା ସଭା ଆସନ୍ତା ୨୨ତାରିଖରେ ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ହେବ । କାରଣ ପ୍ରାର୍ଥନା ଶାନ୍ତି ଓ ସଦଭାବନା ସ୍ଥାପନର ଏକ ବଳିଷ୍ଠ ମାଧ୍ୟମ ଅଟେ । ଅଂଚଳର ସମସ୍ତ ଈଶ୍ୱରାନୁରାଗୀ ବ୍ୟକ୍ତି ବିଶେଷଙ୍କୁ ଏହି ସଭାରେ ଉପସ୍ଥିତ ରହିବାକୁ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ଗରାପୁର, କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ନିବେଦନ କରିଛନ୍ତି ।
ଶାନ୍ତି ଅହିଂସା ମାନବ ଧର୍ମ: ସ୍ୱାମୀଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ(ଶ୍ରୀମା)
