କେନ୍ଦ୍ରାପଡ଼ା,୨୯/୧୧/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପ୍ରାଥମିକ କୃଷି ସମବାୟ ସମିତିିର ପରିଚାଳନା ପରିଷଦ ବୈଠକ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ପରିଷଦ ସଭାପତି ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ସମୂହର ଉପନିବନ୍ଧକ ସନ୍ତୋଷ କୁମାର ଦାସ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖାର ପରିଚାଳକ ତାପସ ପ୍ରସାଦ ସିଂ, ସମିତି ଉପସଭାପତି ମମତା ପ୍ରଧାନ, ନିର୍ଦ୍ଧେଶକ ନମିତା ଦାସ, ଅଭିମନୁ୍ୟ ମହାନ୍ତି, ଭୀମସେନ ସେଠୀ, ଅକ୍ଷୟ କୁମାର ବାରିକ, ଅବିନାସ ବାରିକ, ଜିତେନ୍ଦ୍ର କୁମାର ମହାନ୍ତି, ଗୀତାଞ୍ଜଳୀ ବେହେରା, କୃଷ୍ଣଚନ୍ଦ୍ର ଦାସ, ଅଜୟ କୁମାର ମଲ୍ଲିକ, କୈଳାସ ଚନ୍ଦ୍ର ଦାସ, ଜିତେନ୍ଦ୍ର ପ୍ରସାଦ ପାଗଳ, ବସନ୍ତ କୁମାର ଜେନା, ସଂଗମ କେଶରୀ ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଋଣ ଆଦାୟ ଓ ଖରିଫ ଋଣ ପ୍ରଦାନ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି ସମିତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବାରୁ ସମବାୟ ସମିତି ସମୁହର ଉପନିବନ୍ଧକ ଶ୍ରୀ ଦାସ ସମିତିର ସଭାପତି, ପରିଚାଳନା ପରିଷଦର ନିର୍ଦ୍ଧେଶକ ଏବଂ ସମ୍ପାଦକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସମିତିର ନିର୍ଦ୍ଧେଶକମାନଙ୍କ ମଧ୍ୟରେ ଏଥିନିମନ୍ତେ ଆନନ୍ଦ ପ୍ରକାଶ ପାଇଥିଲା । ଏହି ଅବସରରେ ଜମଧର ସମବାୟ ସମିତି ଅଧିନ ବଡଗାଁ ଗ୍ରାମର ଦିବ୍ୟଜ୍ୟୋତି ଜେନା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର ସମ୍ପାଦକ ବୈରାଗୀ ଚରଣ ସାହୁ ବୈଠକରେ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।