କେନ୍ଦ୍ରାପଡ଼ା, ୦୯/୦୧/୨୦୨୬(ଓଡ଼ିଶା ସମାଚାର)- ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବଡହାଟସ୍ଥିତ ବିଶିଷ୍ଟ ଶିକ୍ଷାବିତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସ୍ୱର୍ଗତା ସତ୍ୟଭାମା ସିଂହଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ନିରଞ୍ଜନ ମେକାପ, ସଂଗଠନ ସମ୍ପାଦକ ମୁକ୍ତାର ଖାଁ, ରଞ୍ଜିତ ସିଂହ, ଗୋଲଖ ପରିଡା, ଶ୍ରୀଧର ବେହେରା, ହରିପ୍ରସାଦ କର, କ୍ଷିରୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ସିଂହଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟପ୍ରିୟ ଦାସ, ସୁଲତାନା ବେଗମ, ଜିଲା ଓକିଲ ସଂଘ ଉପସଭାପତି ହାଡିବନ୍ଧୁ ସିଂହ, ପୁନମ ସାହୁ, ରଣଧୀର ଜେନା, ଧରଣୀଧର ସାହୁ, ଧିରେନ୍ଦ୍ର ଦାସ, ରବୀୟା ଫିରଦୋସ, ସେକ ସୌକତ ଖାଁ, ଆଶିଷ ସେନାପତି, ଜ୍ୟୋତିପ୍ରକାଶ ନାୟକ, ପ୍ରଦୀପ୍ତ ସିଂ, ନରେନ୍ଦ୍ର ମଲ୍ଲିକ, ମହେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ବୈଠକରେ ଆସନ୍ତା ୨୭ତାରିଖରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ତିରୋଧାନ ଦିବସ ଅବସରରେ ଆନନ୍ଦମାର୍ଗସ୍ଥିତ ବିପ୍ଲବୀଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଯାଇଛି ।
