ଭୁବନେଶ୍ୱର,୨୨/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭା ଗ୍ରନ୍ଥାଗାର ଗବେଷଣା ସବ୍କମିଟିର ପ୍ରଥମ ବୈଠକ ବିଧାନସଭା ୫୩ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସବ୍କମିଟିର ଅଧ୍ୟକ୍ଷ ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କ ସମେତ ସବ୍କମିଟିର ସଦସ୍ୟ ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତୀ, ଶ୍ରୀ ପ୍ରକାଶ କୁମାର ସୋରେନ, ଶ୍ରୀ ରଘୁନାଥ ଜଗଦ୍ଦଳ, ଡ. ଦୁର୍ଗାପ୍ରସନ୍ନ ନାଏକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଶ୍ରୀ ବଦି୍ରନାରାୟଣ ପାତ୍ର, ଶ୍ରୀ ନବକିଶୋର ମଲ୍ଲିକ, ଶ୍ରୀ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ଗବେଷଣା ଶାଖାର କାର୍ଯ୍ୟଧାରା ସଂପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ କିପରି ଏହି ବିଭାଗକୁ ଅଧିକ କ୍ରିୟାଶୀଳ କରାଯାଇପାରିବ ସେ ସଂପର୍କରେ ବିଷଦ ଭାବେ ବାଖ୍ୟା କରିଥିଲେ । ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟ ଏ ଦିଗରେ ଅନୁକୂଳ ମତପୋଷଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପାଢ଼ୀ ଗବେଷଣା ଶାଖାର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହ ସଦସ୍ୟମାନେ କିପରି ତଥ୍ୟ ଓ ସୂଚନା ପାଇପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ବୈଠକରେ ଗବେଷଣା ଶାଖାର ସମସ୍ତ ଅଧିକାରୀ ଯୋଗଦେଇଥିଲେ ।
-0-
ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ