ସିଦ୍ଧଳ ବଳଦେବଜୀଉ ମନ୍ଦିରରେ ସୁନାବେଶ

ଜଗତସିଂହପୁର,୨୫/୦୭/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ମୁଦୁପୁର ପଂଚାୟତ ସିଦ୍ଧଳ ଗ୍ରାମରେ ପ୍ରାଚୀନ କାଳରୁ ପୂଜାପାଇ ଆସୁଥିବା ଶ୍ରୀ ଶ୍ରୀ ବଳଦେବ, ମାତା ସୁଭଦ୍ରା,ବିଶ୍ୱ ବ୍ରହ୍ମାଣ୍ଡ ର କର୍ତ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଚକ୍ରରାଜ ସୁଦର୍ଶନ ଜନ୍ମବେଦୀରୁ ବାହୁଡ଼ିଆସି ସିଂହଦ୍ୱାର ନିକଟରେ ବିରାଜମାନ କରିଛନ୍ତି. ।

ବାହୁଡ଼ାଯାତ୍ରା ରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ବହୁ ଦୂର ଦୁରାନ୍ତରୁ ଆସି ଆନନ୍ଦ ଉଲ୍ଲାସରେ ରଥକୁ ଟାଣି ଆଣିଥିଲେ। ଦିନ ୧୨ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ପ୍ରସାଦ ବିତରଣ କରାଯାଇଥିଲା। ଆଜି ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ମଧ୍ୟାହ୍ନ ୬ଟା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଶ୍ରୀଜୀଉ ମାନେ ସୁସଜ୍ଜିତ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।ସୁନାବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଭିଡ ଲଗାଇଥିଲେ। ଶାନ୍ତି ରକ୍ଷା କରିବାପାଇଁ ପୋଲିସ  ପଶାସନ ତରଫରୁ ବ୍ୟବସ୍ଥା କରାଯାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *