ଜିଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ -୨୦୨୪ ପାଳିତ ।

ଯାଜପୁର, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲା ପ୍ରଶାସନ ଓ ଯାଜପୁର ପୌର ପରିଷଦ ମିଳିତ ଆନୁକୂଲ୍ୟରେ ଜିଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ-୨୦୨୪ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଉପ-ଜିଲାପାଳ ତଥା ଭୋଟର ପଂଜିକରଣ ଅଧିକାରୀ ଶ୍ରୀ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଦିବସରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକି୍ରିଷ୍ଣ ଜେନା, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଡେପୁଟୀ କଲେକ୍ଟର, ନିର୍ବାଚେନ ଶ୍ରୀ କ୍ଷୀରୋଦ କୁମାର ଦାସ, ଡେପୁଟୀ କଲେକ୍ଟର ଶ୍ରୀ ପ୍ରଦୁ୍ୟମ୍ନ କୁମାର ଦାସ ମଂଚାସୀନ ଥିଲେ । ପ୍ରାରମ୍ଭରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ସ୍ୱାଗତ ଭାଷଣ ଏବଂ ଦିବସ ପାଳନର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ପରେ ବୈଠକର ଅଧ୍ୟକ୍ଷ ଶ୍ରୀ ଗୋପୀନାଥ କୁଅଁର ମତଦାତାଙ୍କ ନିମନ୍ତେ ଉଦ୍ଧିଷ୍ଟ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ ।
ଅତିରିକ୍ତ ଜିଲାପାଳ, ରାଜସ୍ୱ ନିଜ ଅଭିଭାଷଣରେ କହିଲେ ଯେ, ଗଣତନ୍ତ୍ର ଆମର ଆତ୍ମା । ପ୍ରତ୍ୟେକ ନାଗରିକ ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ମତଦାନ ସାବ୍ୟସ୍ତ କରିବା ବିଧେୟ । ଏହି ଅବସରରେ ସେ ଚଳିତ ବର୍ଷ ନିର୍ବାଚନରେ ପ୍ରତ୍ୟେକ ନାଗରିକ ନିଜ ନିଜ ମତଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରି ମତଦାନର ହାର ବୃଦ୍ଧି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ନିଜ ଅଭିଭାଷଣରେ କହିଲେ ଯେ, ପ୍ରତ୍ୟେକ ନାଗରିକ ମତଦାନ କେନ୍ଦ୍ରକୁ ଆସି ନିଜର ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ, ନାଗରିକତାର କର୍ତବ୍ୟ ପାଳନ କରନ୍ତୁ । ଚଳିତ ନିର୍ବାଚନ ବର୍ଷରେ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କରି ମନୋନୀତ ପ୍ରାର୍ଥୀଙ୍କୁ ବାଛନ୍ତୁ ।
ସଭାପତି ଅଭିଭାଷଣରେ ଊପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର କହିଲେ ଯେ, ଭାରତ ତାର ଅସ୍ତିତ୍ୱ ବହନ କରେ ଗଣତନ୍ତ୍ର ଉପରେ । ଏହା ଏକ ସ୍ୱତନ୍ତ୍ର ପରିଚୟ, ଗଣତନ୍ତ୍ର ପାଇଁ ଭାରତ ମାଟି ଗର୍ବିତ । ଏଣୁ ସମସ୍ତ ନାଗରିକ ଏପରି ମହାନ କର୍ତବ୍ୟ ଓ ଦାୟୀତ୍ୱ ପଥରୁ ବିଚୁ୍ୟତି ନ ହୋଇ ନିଜର ମତଦାନ ସାବ୍ୟସ୍ତ କରି ନିଜର ଭବିଷ୍ୟତ ଉଜ୍ୱଳ କରିବା ସହ ଗଣତନ୍ତ୍ରକୁ ସୁଦୃଢ ଓ ଉଜ୍ୱଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶ୍ରୀ କୁଅଁର ଚଳିତ ବର୍ଷର ବାର୍ତା “ମୁଁ ବି ଭୋଟ ଦେବି, ରାଷ୍ଟ୍ର ଗଠନରେ ମୋ ଭୋଟ ସବୁଠାରୁ ମୂଲ୍ୟବାନ” ଏବଂ ଜିଲାରେ ଜାନୁୟାରୀ ୫ ତାରିଖ ୨୦୨୪ ରେ ପ୍ରକାଶ ପାଇଥିବା ଚୁଡାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୧୫ ଲକ୍ଷ ୩୦ ହଜାର ୨୪୦ ବୋଲି ବାର୍ତା ଓ ସୂଚନା ପ୍ରଦାନ କରିଥିଲେ ।
ଜାତୀୟ ମତଦାତା ଦିବସ -୨୦୨୪ ପାଳନ ଉପଲକ୍ଷେ ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା, କୁଇଜ୍ ଓ ରେଙ୍ଗାଲି ଆଦି କୃତି ପ୍ରତିଯୋୀଙ୍କୁ ସଭାପତି ଓ ଅତିଥି ବୃନ୍ଦ ପ୍ରମାଣପତ୍ର ଓ ଟ୍ରପିଂ ଦେଇ ପୁରସ୍କୃତ କରିଥିଲେ ।
ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ବୁଥ ସ୍ତରୀୟ ଅଧିକାରୀ, ପୌର ପରିଷଦ ପାରିଷଦ ମାନଙ୍କୁ ନେଇ ଜିଲା ପରିଷଦ ପରିସରରୁ ମେଡିକାଲ ଛକ ପର୍ଯ୍ୟନ୍ତ ସଚେତନତା ରାଲିକୁ ପୂର୍ବାହ୍ନ ୮ ଘଟିକା ସମୟରେ ଉପ-ଜିଲାପାଳ ଶ୍ରୀ ଗୋପୀନାଥ କୁଅଁର ଉଦ୍ଘାଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁ, ଜିଲା ପରିଷଦ ଓ ପୌର ପରିଷଦ କାର୍ଯ୍ୟାଳୟ ଓ ଜିଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *