ସମ୍ମାନିତ ହେବେ

ଭୁବନେଶ୍ୱର, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)-ସାଧାରଣତନ୍ତ୍ର ଦିବସ ପୂର୍ବରୁ ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ଉଲ୍ଲେଖନୀୟ ସେବା, ସାହସିକତା ଆଦି ପ୍ରଦର୍ଶନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।
ଓଡ଼ିଶାର ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ । ଓଡ଼ିଶାରୁ ଗୃହ ବିଭାଗ ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ସେହିପରି ସାହସିକତା ପୁରସ୍କାର ପାଇଁ ଦେଶରୁ ମୋଟ ୨୭୭ ଜଣଙ୍କୁ ମଧ୍ୟରୁ ଓଡ଼ିଶାରୁ ୧୫ ଜଣଙ୍କ ନାଁ ରହିଛି । ଏଥିମଧ୍ୟରେ ଏସଆଇ ଅରୁଣ କୁମାର ଭୋଇ, ହାବିଲଦାର ମୋତିରାମ ସାହୁ, କମାଣ୍ଡୋ ପ୍ରକାଶ ମାଝି, ନିରଞ୍ଜନ ସାହୁ, ଯଦୁମଣୀ ଭୋଇ, ଉମେଶ ସେଠ, ବୁବୁନ କୁମ୍ଭାର, ସଂଜୟ କୁମାର ଗୁରୁ, ବିଶ୍ୱଜିତ ଦାସ , କନଷ୍ଟେବଲ ଲକ୍ଷ୍ମଣ ନାୟକ, ସତ୍ୟ ଓଡ଼ି, କାନା ବେଟି , ଏସଆଇ ରମାକାନ୍ତ ସାହୁ,ସତ୍ୟବାଦି ଭୋଇ ଓ ସୁରଜ କୁମାର ସାହୁ ପ୍ରମୁଖଙ୍କ ନାଁ ରହିଛି ।
ସେହିପରି ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ନେଇ ମଧ୍ୟ ନାଁ ଘୋଷଣା ହୋଇଛି । ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ , ଡ଼ିଏସପି ସାରଦା ପ୍ରସନ୍ନ ପ୍ରଧାନ , ଡ଼ିଏସପି ପ୍ରଦିପ୍ତ କୁମାର ସାମଲ, ଡ଼ିଏସପି ପ୍ରଶାନ୍ତ କୁମାର ସାହୁ , ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର, କମାଣ୍ଡଂଟ ରଜତ କେର୍କେଟା, ଡ଼୍ରାଇଭର ହାବିଲଦାର ଦିଲିପ କୁମାର ନାୟକ, ଆସିଷ୍ଟାଂଟ ସବ ଇନ୍ସିପେକ୍ଟର ବିଜୟ କୁମାର ପ୍ରଧାନ, ସିପାହୀ ବନମାଳି ରାୟ, ନାମ ବାହାଦୁର ଛେତ୍ରଅୀ ଓ କନେଷ୍ଟବଳ ଶ୍ରମୀତୀ ଆରତି ସାହୁ ଙ୍କ ନାଁ ରହିଛି ।

Leave a Reply

Your email address will not be published. Required fields are marked *