ପରମହଂସ ସରପଂଚ ଙ୍କ ଅନାସ୍ଥା ଭୋଟ ଆସନ୍ତା କାଲି,କୋରମ ଅଭାବରୁ ବାତିଲ ହେବା ସମ୍ଭାବନା !

କଟକ ସଦର ,୨୦/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ)ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଗତ ମାସ ୧୬ ତାରିଖରେ ୧୭ ଜଣ ୱ।ର୍ଡ ସଭ୍ୟ/ ସଭ୍ୟା ଙ୍କ ମଧ୍ୟରୁ ୧୬ ଜଣ ଉପଜିଲ୍ଲାପାଳ ଙ୍କ ନିକଟରେ ଆବେଦନ କରିଥିଲେ।

ଅନାସ୍ଥା ପ୍ରସ୍ତାବ କୁ ଗ୍ରହଣ କରି ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ନିର୍ବାଚନ ପ୍ରକ୍ରିୟା ଶେଷ କରି ଆସନ୍ତା କାଲି ବୁଧବାର ୨୧ ତାରିଖ କୁ ଦିନ ଧାର୍ଯ୍ୟ କରିଥିଲେ। ହେଲେ ଅନେକ ସଭ୍ୟ/ସଭ୍ୟା ଅଜ୍ଞାତ ଵାସରେ ଥିବା ଜଣାପଡିଥିବାରୁ ସେମାନେ ଉପସ୍ଥିତ ନରହିଵାର ସମ୍ଭାବନା ରହିଛି । ଏଥିପାଇଁ ଅନାସ୍ଥା ଭୋଟ କୋରମ ଅଭାବରୁ କାଟ ଖାଇଯିଵାର ସମ୍ଭାବନା ଅଧିକ ରହିଥିବା ଶୁଣିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *