କେନ୍ଦ୍ରାପଡ଼ା, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଭକ୍ତବିଳାସ ମଠ ପରିସରରେ ଶ୍ରୀରାମଚରିତ ମାନସ ପାରାୟଣ ମହାଯଜ୍ଞକୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରି କହିଥିଲେ ଯେ ଆଧ୍ୟାତ୍ମିକ ଶିକ୍ଷା ଚରିତ୍ର ଗଠନରେ ସହାୟକ ହୋଇଥାଏ । ଶ୍ରୀରାମଚରିତ ମାନସ ଆମକୁ ଏହି ଶିକ୍ଷା ଦିଏ ଯେ ପ୍ରଭୁ ଶ୍ରୀରାମଚନ୍ଦ୍ର ମର୍ଯ୍ୟାଦାର ପ୍ରତୀକ ଥିଲେ । ସେହି ଶିକ୍ଷା ପରିବାର, ସମାଜ ଓ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭାରତବର୍ଷ ଏକ ଧର୍ମ ର ଦେଶ । ଋଷି, ମୁନି,ଜ୍ଞାନୀ, ମାନୀ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଏଦେଶ ଆମକୁ ଏହି ଶିକ୍ଷାରେ ଅନୁପ୍ରାଣିତ କରିଥାଏ । ଶାନ୍ତି, ମୈତ୍ରୀ ଓ ସବୁଜିମାରେ ଭରା ଏହି ଦେଶର ଧର୍ମ,ଶାସ୍ତ୍ର, ବେଦ, ଉପନିଷଦ ଓ ଉପଦେଶ ଆମ ସମାଜର ଯୁବପିଢୀଙ୍କ ଧେୟ ହେବା ଉଚିତ । ପ୍ରଥମେ ସେବା, ପ୍ରେମ, ଦାନ, ପବିତ୍ରତା, ବୃକ୍ଷରୋପଣ, ସମାଜ ସଂସ୍କାର, ପ୍ଲାଷ୍ଟିକମୁକ୍ତ ଭାରତ ଏବଂ ଗାଁକୁ ନିଶାମୁକ୍ତ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ଭାରତବର୍ଷକୁ ବସୁଧୈବ କୁଟୁମ୍ବକମ ନ୍ୟାୟରେ ଧର୍ମକୁ ସମ୍ମାନ ଦେବାକୁ ଯାଇ ସର୍ବେ ହୋଇବା ଏକମୁଖ ଡାକିବା ନାରାୟଣ ରଖ ବୋଲି ସାରା ଭାରତବର୍ଷକୁ ଏଭଳି ବାର୍ତା ପ୍ରଦାନ କରିବା ସହ ଆମେ ପାଳନ କରିପାରିଲେ ଶ୍ରୀରାମଚରିତମାନସର ଫଳ ପାଇପାରିବା ବୋଲି ଶ୍ରୀ’ମା କହିଥିଲେ । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଡଃ. କାଳୀ ପ୍ରସନ୍ନ ଶତପଥୀ ଶ୍ରୀରାମଚରିତ ମାନସ ମନୁଷ୍ୟ ସମାଜକୁ ସତ୍ ମାର୍ଗରେ ଅନୁପ୍ରାଣିତ କରିବ ବୋଲି କହିଥିଲେ । ରମାକାନ୍ତ ଦାସ, ଶୁଭଲକ୍ଷ୍ମୀ ଦାସ, ସିକୁ ହାଜରା, ପର୍ଶୁରାମ ଦାସ, ସୁଷମା ମହାପାତ୍ର, ପିତାମ୍ବର ଦାସ, ମହେନ୍ଦ୍ର ସୁନ୍ଦର ରାଉତ,ଲିଲିତା ଦାସ, ବିଜୟ କୁମାର ବୋଷ, ଦିଲ୍ଲିପ କୁମାର ସାହୁ, ପ୍ରମିଳା ରାଉତ, ପ୍ରଶନ୍ନ କୁମାର ଆଚାର୍ଯ୍ୟ, ରବିନାରାୟଣ ମହାପାତ୍ର ପ୍ରମୁଖ ଗ୍ରାମର ସମସ୍ତେ ଏହି କାର୍ଯୟକ୍ରମରେ ସହଯୋଗ କରିଥିଲେ ।
Related Posts
ମିଶନ ମୋଡରେ ଅପପୁଷ୍ଟି ଦୂର କରିବା ଲକ୍ଷ୍ୟରେ ସାମିଲ ହୁଅ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ରାଜ୍ୟସ୍ତରୀୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା # ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଓଡ଼ିଶା…
ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ
ବ୍ରହ୍ମପୁର, ୧୪/୧୦/୨୦୨୪ (ଓଡ଼ିଶା ସମାଚାର)-ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ଵାସ ମଧ୍ୟରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ…
ନବଭାରତୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ଚାରା ବଣ୍ଟନ ।
ଯାଜପୁର , ୨୪/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):-ଏବେ ତାପମାତ୍ରାର ଅହେତୁକ ବୃଦ୍ଧି ତଥା ପରିବେଶର ଅଦ୍ଭୂତପୂର୍ବ ପରିବର୍ତ୍ତନ ବିଶ୍ଵର ବୁଦ୍ଧିଜୀବୀ ମାନଙ୍କର ମୁଣ୍ଡବ୍ୟଥାର…
