କଟକ ସଦର,୦୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବରିଷ୍ଠ ନାଗରିକ ସୁରକ୍ଷା ସେଲ୍ ପକ୍ଷରୁ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଏସପି ଙ୍କ ଦସ୍ତଖତ ରେ କିଶନନଗର ଥାନା ଅଞ୍ଚଳର ୪୬ ଜଣ ବରିଷ୍ଠ ନାଗରିକଙ୍କୁ ଆଜି ଗୁରୁବାର ଦିନ ଥାନା ପରିସରରେ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ସେମାନଙ୍କ ର ପରିଚୟପତ୍ର ପ୍ରଦାନ କରିଥିବା ଜଣାଯାଇଛି।

ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ସମୟରେ ପୋଲିସର ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରିଣୀ କହିଛନ୍ତି।
