କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡ଼ା,୧୪/୯/୨୦୨୪ (ଓଡ଼ିଶା ସମାଚାର)- ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲା କୋର୍ଟ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିଲେ । ଏଥିସହିତ ଜିଲାର ପଟ୍ଟମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ଗୁଡିକରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସାଲିସ୍ ଯୋଗ୍ୟ ଫୌଜଦାରୀ ମାମଲା ୨୨ଟି ପଞ୍ଜିକୃତ ହୋଇଥିବା ବେଳେ କୌଣସି ମାମଲାର ସମାଧାନ ହୋଇପାରିନାହିଁ । ୨୧୯ଟି ଚେକ୍ ବାଉନ୍ସ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୩୯ଟି ସମାଧାନ କରାଯାଇଛି । ୧୪୨ଟି ଟଙ୍କା ପୁନରୁଦ୍ଧାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୩୨ଟିର ଫଇସଲା କରାଯାଇ ୮୮ଲକ୍ଷ ୩୦ହଜାର ୮୭୩ଟଙ୍କା ଆଦାୟ କରାଯାଇଛି । ୮ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୮ଟିର ଫଇସଲା କରାଯାଇ ୫୫ଲକ୍ଷ ୨୩ହଜାର ଟଙ୍କା ଆଦାୟ କରାଯାଇଛି । ୫୦୫ଟି ବୈବାହିକ ବିବାଦ(ବିବାହ ବିଚ୍ଛେଦ ବ୍ୟତୀତ) ମାମଲା ପଞ୍ଜିକୃତ ହୋଇଥିବା ବେଳେ କୌଣସି ମାମଲାର ସମାଧାନ କରାଯାଇନାହିଁ । ୩୦ଟି ଜମି ଅଧିଗ୍ରହଣ ମାମଲା ପଞ୍ଜିକୃତ ହୋଇଥିବା ବେଳେ କୋଣସି ମାମଲାର ସମାଧାନ କରାଯାଇନାହିଁ । ବିଭିନ୍ନ ରାଜସ୍ୱ ଅଧିକାରୀଙ୍କ ନିକଟରେ ଥିବା ୨୬୧୨ଟି ରାଜସ୍ୱ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୨୨ଟିର ଫଇସଲା କରାଯାଇ ୨ଲକ୍ଷ ୬୨ହଜାର ୮୭୨ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିଭଳି ୧୫୩ଟି ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଓ ୮୯୦ଟି ଅନ୍ୟାନ୍ୟ ଫୌଜଦାରୀ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ କୌଣସି ମାମଲାର ସମାଧାନ କରାଯାଇନାହିଁ । ଏହା ବ୍ୟତୀତ ପ୍ରାକ୍ ମକଦ୍ଧମା ସ୍ତରୀୟ ବ୍ୟାଙ୍କ ଋଣ ବିବାଦ ୪ହଜାର ୫୨୯ଟି ମଧ୍ୟରୁ ୧୨୩୮ଟିର ଫଇସଲା କରାଯାଇ ୨କୋଟି ୬୦ଲକ୍ଷ ୧୫ହଜାର ୯୨୪ଟଙ୍କା ଆଦାୟ କରାଯାଇଛି । ସେହିପରି ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ(ସାଲିସ୍ ବିହୀନ ବିବାଦକୁ ବାଦ୍ ଦେଇ) ୧୨ଟି ବିବାଦ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୩ଟିର ଫଇସଲା କରାଯାଇ ୨୯ଲକ୍ଷ ୯୯ହଜାର ୮୩୫ଟଙ୍କା ଆଦାୟ କରାଯାଇଛି । ମୋଟ୍ ୯ହଜାର ୧୨୨ଟି ମାମଲା ପଞ୍ଜିକୃତ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୮୦୨ଟି ମାମଲାର ଫଇସଲା କରାଯାଇ ୪କୋଟି ୩୬ଲକ୍ଷ ୩୨ହଜାର ୫୦୪ଟଙ୍କା ଆଦାୟ କରାଯାଇଛି । ଏହି ମାମଲା ଗୁଡିକ ଜିଲାଜଜ୍ ବିଶ୍ୱଜିତ୍ ମହାନ୍ତି, ଅତିରିକ୍ତ ଜିଲାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଜଜ୍ ପ୍ରଜ୍ଞାପରମିତା ରାଉଳ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସରିତା ମହାନ୍ତି, କେନ୍ଦ୍ରାପଡା ସିଭିଲ୍ ଜଜ୍ ସିନିୟର୍ ଡିଭିଜନ୍ ଅନ୍ନପୂର୍ଣ୍ଣା ନାୟକ, ଜିଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ, କେନ୍ଦ୍ରାପଡା ସିଭିଲ୍ ଜଜ୍ ସିନିୟର୍ ଡିଭିଜନ୍ ଋତୁପର୍ଣ୍ଣା ମିଶ୍ର, କେନ୍ଦ୍ରାପଡା ଏସଡିଜେଏମ୍ କୁମାର ସ୍ପନ୍ଦନ, କେନ୍ଦ୍ରାପଡା ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ୍ ସନ୍ଦୀପ କୁମାର ମହାନ୍ତି, କେନ୍ଦ୍ରାପଡା ଜେଏମ୍ଏଫ୍ସି ସସ୍ମିତା ସାହୁ, କେନ୍ଦ୍ରାପଡା ଜେଏମଏଫସି ଇପ୍ସିତା ପ୍ରିୟା ଏକ୍କା, ପଟ୍ଟାମୁଣ୍ଡାଇ ସିଭିଲ୍ କୋର୍ଟର ସହକାରୀ ସେସନ୍ସ ଜଜ୍ ତଥା ସିନିୟର୍ ସିଭିଲ୍ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ, ସିଭିଲ୍ ଜଜ୍ ତଥା ଜେଏମଏଫସି ବିଦୁ୍ୟତଲତା ପ୍ରଧାନ, ଅତିରିକ୍ତ ସିଭିଲ୍ ଜଜ୍ ତଥା ଜେଏମଏଫସି ଡି.କେ. ବାଲ୍ କ୍ରିଷ୍ଣନ୍, ରାଜନଗର ସିଭିଲ୍ କୋର୍ଟ ଗ୍ରାମ ନ୍ୟାୟାଳୟର ନ୍ୟାୟାଧିକାରୀ ତଥା ଜେଏମଏଫସି ଶିବାନୀ ମିଶ୍ର ଓ ଆଳି ସିଭିଲ୍ କୋର୍ଟର ସିଭିଲ୍ ଜଜ୍ ତଥା ଜେଏମଏଫସି ଦେବନ ସତ୍ୟଦର୍ଶି ନନ୍ଦ ପ୍ରମୁଖ ବିଚାର କରିଥିଲେ ।

Leave a Reply

Your email address will not be published. Required fields are marked *