ତୃଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧାନ ମଣ୍ଡି ଖୋଲୁନାହିଁ,ଅଭାବୀ ଧାନ ବିକ୍ରି ଆରମ୍ଭ

କଟକ ସଦର,୦୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଧାନ ମଣ୍ଡି ନଖୋଲିଵା ଫଳରେ ଚାଷୀମାନେ ବାଧ୍ୟ ହୋଇ ଶାଗ ମାଛ ଦରରେ ଏବେ ଦଲାଲଙ୍କୁ ଧାନ ବିକ୍ରି କରିବା ଆରମ୍ଭ କରିଥିବା ଜଣାପଡିଛି। ଚାଷୀମାନେ ଧାରଉଧାର କରି ଧାନ ଚାଷ କରିଥିଲେ। ଅମଳ ପରେ ଧାର କରଜ ସୁଝିବାକୁ କଥା ଦେଇଥିଲେ। ହେଲେ ଖୋଲିବ ଖୋଲିବ ବୋଲି ମଣ୍ଡି ନଖୋଲିଵାରୁ ଟୋକନ ପାଇ ମଣ୍ଡିରେ ଧାନ ଦେବାକୁ ଅପେକ୍ଷା କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଯେଉଁମାନେ ଟୋକନ ପାଇନାହାନ୍ତି ସେମାନେ ଅନିଶ୍ଚିତତା ମଧ୍ୟରେ ରହି ବାଧ୍ୟ ହୋଇ କମ୍ ଦାମରେ ଧାନ ବିକ୍ରି ଆରମ୍ଭ କରିଛନ୍ତି।

ସେଥିରେ କଟକ ସଦର ଅନ୍ତର୍ଗତ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ଗମନାଗମନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବା ସୋମପୁର ଠାରେ ମଣ୍ଡି ହୋଇ ଆସୁଥିଲା ବେଳେ ଚଳିତ ବର୍ଷ ସେଠାରେ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସେଥିପାଇଁ ଉକ୍ତ ମଣ୍ଡିରେ ଧାନ ଦେବାକୁ ଥିବା ଧରିଣା,ସୋମପୁର ଓ ଅରିଲୋ ପଞ୍ଚାୟତର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ ଏଥିପ୍ରତି କଟକ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *