କଟକ ସଦର,୧୨/୦୪/୨୦୨୬ (ଓଡ଼ିଶା ସମାଚାର)-ବୟାଳିଶ ମୌଜା ଶ୍ରୀରାମ ମାର୍କେଟ ସ୍ଥିତ ମେଡ ପ୍ଲସ ଠାରେ ଚିତ୍ରଭୂମି ସଣ୍ଡେ ଆର୍ଟ ଏକାଡେମୀର ଶୁଭ ଉଦଘାଟନୀ ଉତ୍ସବ ସିରିଡ଼ି ସାଇ ଚାରି ଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ ରୁଦ୍ର ମହାନ୍ତିଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଯାଇଅଛି।
ମୁଖ୍ୟ ବକ୍ତା ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀୟ ଅତିଥି ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ର କଳା ଅଧ୍ୟାପକ ଶୁକଦେବ ମହାରଣା, ସୁଦର୍ଶନ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ଦାଶ, ଅଧ୍ୟାପକ ସ୍ୱାଧୀନ ଶେଖର ଷଡ଼ଙ୍ଗୀ, ବୀରବର ସାମନ୍ତ ମହାବିଦ୍ୟାଳୟ, କୁଜଙ୍ଗର ଅଧ୍ୟକ୍ଷା ଡ଼ଃ ବନପ୍ରଭା ପରିଡା, ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅଭିନୟ ଚିତ୍ରକଳା ଭୁବନେଶ୍ୱରର ସଙ୍ଗୀତ ଶିକ୍ଷକ ଅମିତାଭ ସାହୁ ଓ ୪୨ ମୌଜା ସାମ୍ବାଦିକ ସଂଘ ର ସଭାପତି ଅନିଲ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।
ଅନୁଷ୍ଠାନର ପରିଚାଳକ ଚିତ୍ରଶିଳ୍ପୀ ସତ୍ୟ ଶେଖର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧର୍ମାନନ୍ଦ ପାଣ୍ଡେ, ଶରତ ଚନ୍ଦ୍ର ପରିଡା, ଦୀପ୍ତିମୟୀ ବେହେରା, କୁନ ମୁନ ସାହୁ, ସୁଶ୍ରୀସ୍ମିତା ନନ୍ଦ, ଗଣେଷ ଚନ୍ଦ୍ର ମୁଦୁଲି, ସରାଫଦ ବେଗ, ନିକୁଞ୍ଜ କୁମାର ସ୍ୱାଇଁ, ଚିନ୍ମୟ ମହାପାତ୍ର, ନିରଞ୍ଜନ ନାୟକ, ସୁରେନ୍ଦ୍ର ବେହେରା ଓ ଶଶାଙ୍କ ଶେଖର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶିକ୍ଷାବିତ ଶ୍ୟାମ ସୁନ୍ଦର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।
