ପହଞ୍ଚି ପାରିଲାନି ପାଣି, ମରିଗଲା ଧାନ, ଚାଷୀ ହତାସ

ଜୁନାଗଡ଼, ୨୫/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡା ଗ୍ରାମରେ ଥିବା ଚାଷୀ ମାନଙ୍କ ଜମିରେ ପାଣି ପହଞ୍ଚି ପାରିଲାନି । ମରିଗଲା ଧାନ, ଶେଷରେ ଧାର କରଜ କରି ଚାଷ କରିଥିବା ଜମିରେ ଗାଈ ଚରିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଭଇଁରିଗୁଡା ଗ୍ରାମର ଚାଷୀ ଅଶ୍ୱିନୀ ରଣା ୧ ଏକର ୫୦ ଡ଼ିସିମିଲରେ ଧାନ ଚାଷ କରିଥିଲେ । ସେହିଭଳି କେଶବ ରଣା ୨ ଏକର୩୦ ଡ଼ିସିମିଲ, ସୁବାସ ରଣା ୯୩ ଡ଼ିସିମିଲ, ପବିତ୍ର ରଣା , ଦୁର୍ଯ୍ୟୋଧନ ରଣା ପ୍ରମୁଖ ଧାର କରଜ କରି ଚାଷ କରିଥିଲେ । ଚାଷୀ ଆରମ୍ଭ ପୁର୍ବରୁ ଏହି ଚାଷୀ ମାନଙ୍କୁ ଏଲଆଇ ପଏଣ୍ଟ ମାଧ୍ୟମରେ ପାଣି ଯୋଗାଇ ଦିଆଗଲା । ପରେ ଆଉ ପାଣି ଦିଆଗଲା ନାହିଁ । ଫଳରେ ଚାଷୀ ମାନଙ୍କ ଧାନ ପାଣି ଅଭାବରୁ ମରିଗଲା । ଆଜି  ବାଧ୍ୟ ହୋଇ ଚାଷୀମାନେ ନିଜ ଚାଷ ଜମିରେ ଗାଈ ଚରାଇ ଦେଇଥିଲେ । ଏହି ଅଞ୍ଚଳରେ ଥିବା ଏଲଆଇ ପଏଣ୍ଟ ଦ୍ୱାରା ଚଳିତ ରବି ୠତୁ ର ୫୦ ଏକର ଜମିରେ ପାଣି ପହଞ୍ଚାଇବା ପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ୩୫ ଏକର ଜମି ଚାଷ କରାଯାଇଥିଲା । ତଥାପି ଏତେ କମ ଏକର ଜମିରେ ଚାଷ ପରେ ମଧ୍ୟ ଚାଷୀଙ୍କୁ ପାଣି ନ ମିଳିବା ନେଇ ଚାଷୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ପ୍ରଶାସନ ତଦନ୍ତ କରି ଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *