ଭିଜିଲାନ୍ସ ଜାଲରେ କଟକ କମିଶନରେଟ ସିଆରଆରଆଇ ଥାନା ଅଧିକାରୀ ଵିଜୟ ବାରିକ୍

କଟକ ସଦର, ୦୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଯେତେ ଧରାପଡିଲେ ବି ଲାଞ୍ଚୁଆ ଅଧିକାରୀ ମାନେ ତାଙ୍କର ଲାଞ୍ଚଖୋର ମନୋବୃତ୍ତି କୁ ଛାଡି ପାରୁନାହାନ୍ତି। ଏପରି ଆଉ ଗୋଟିଏ ଘଟଣା ଆଜି ରବିବାର ଦିନ ସକାଳୁ ସକାଳୁ ଘଟିଥିବା ଜଣାପଡିଛି। ପ୍ରକାଶ ଯେ କଟକ କମିଶନରେଟ ୫ ନମ୍ବର ଜୋନ୍ ସିଆରଆରଆଇ ଥାନା ଅଧିକାରୀ ଵିଜୟ କୁମାର ବାରିକ ଆଜି ତାଙ୍କର ଭୁବନେଶ୍ୱର ୟୁନିଟ୍ ୧ ରେ ଥିବା ସରକାରୀ ବାସଭବନରେ ଜନୈକ ମଦ ବ୍ୟବସାୟୀଙ୍କ ଠାରୁ ରାତିରେ ଦୋକାନ ଖୋଲିବାକୁ ଅନୁମତି ଦେବାପାଇଁ ୪୦ ହଜାର ଲାଞ୍ଚ ନେବାବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।

ତାଙ୍କ ସରକାରୀ ବାସଭବନରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଖୋଳତାଡ଼ ଜାରି ରହିଛି। ତେବେ ତାଙ୍କ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳରେ ଭିଜିଲାନ୍ସ ଚଢ଼ାଉ କରୁଥିବା ମଧ୍ୟ ଜଣାପଡିଛି। ଆଇଆଇସି ଵିଜୟ ଵାରିକ ଙ୍କ ନାଁ ରେ ଭିଜିଲାନ୍ସ  ୧/୨୦୨୬,ୟୁ/ଏସ୍.୭ ପିସି(ଆମେଣ୍ଡମେଣ୍ଟ)ଆକ୍ଟ ୨୦୧୮ ରେ ମାମଲା ରୁଜୁ କରି ଅଧିକ ଖୋଳତାଡ କରୁଛି। ଅଧିକ ତଥ୍ୟ ପରବର୍ତ୍ତୀ ସମୟରେ ପ୍ରକାଶିତ ହେବ।

Leave a Reply

Your email address will not be published. Required fields are marked *