Breaking News : ତାଜା ଖବର  : ଗୁଳିମାଡ଼ ରେ ଫାର୍ମ ହାଉସ ମାଲିକ ମୃତ

ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରିଛି

ଢ଼େଙ୍କାନାଳ,୨୩/୦୨/୨୦୨୫ (ଓଡ଼ିଶା ସମାଚାର)-  ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ୍ୟୁ ହୋଇଛି। ସେ ଶୋଇଥିବା ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିବା ଜଣାପଡ଼ିଛି।

ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଫାଶୀ ଗାଁ ନିକଟରେ ଥିବା ଏକ ଫାର୍ମ ହାଉସରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ନାୟକଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ହୋଇଛି।

ସେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫାର୍ମ ହାଉସ ମାଲିକ ଗୋବିନ୍ଦ ଙ୍କୁ କ’ଣ ପାଇଁ ଦୁର୍ବୁତ୍ତ ଗୁଳିମାଡ଼ କରି ହତ୍ୟା କରିଛନ୍ତି ,ତାହା ଅସ୍ପଷ୍ଟ ରହିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ସଦର ଥାନା ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *