ଚଳନ୍ତା ବାଇକ ଉପରକୁ ବୋମାମାଡ, ଦୁଇ ଶ୍ରମିକ ଗୁରୁତର ଆହତ

ପୁରୀ,୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଚଳନ୍ତା ବାଇକ ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଏହି ବୋମାମାଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ସଫେଇ କର୍ମଚାରୀଙ୍କ ଉପରକୁ ଦୁର୍ବୁତ୍ତ ବୋମାମାଡ କରିଛନ୍ତି । ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ ଉପରକୁ ବୋମା ମାଡ କରିଥିଲେ । ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତ ଶ୍ରମିକ ଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦୁଇ ସଫେଇ କର୍ମଚାରୀ ହେଲେ ନରେନ୍ଦ୍ର କୋଣ ଅଞ୍ଚଳର ନିମାଇଁ ଚରଣ ନାୟକ ଏବଂ ବିକି ନାୟକ । ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *