ହରେକୃଷ୍ଣ ମହତାବ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

ଗରଦପୁର,୦୩/୦୧/୨୦୨୬(ଓଡ଼ିଶା ସମାଚାର)-ପାଟକୁରା ରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ୩୮ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇ ଯାଇଛି । ପାଟକୁରା ବଜାର  କହ୍ନେଇଲାଲ ଜୀଉ ମନ୍ଦିର ପାଖ ନଦୀବନ୍ଧ ନିକଟରେ ସ୍ଥାପିତ ମହତାବଙ୍କ ଆବକ୍ଷ ପ୍ରତିମୂର୍ତି ରେ ପାଟକୁରା ର ବିଜେପି ନେତା ତେଜେଶ୍ୱର ପରିଡ଼ା, ବରିଷ୍ଠ ସାମ୍ବାଦିକ ସୁବାସ ଖୁଂଟିଆ, ସାଂସଦ ପ୍ରତିନିଧି ବିଜୟ କୁମାର ନାୟକ, ଚିତରଂଜନ ଚୌଧୁରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି, ଶିକ୍ଷାବିତ ରଂଜିତ କୁମାର ମହାନ୍ତି, ଶିବବ୍ରତ ମହାପାତ୍ର, ଗିରିଶ ଜେନା, ଚିତରଂଜନ ସେଠୀ, ବସନ୍ତ ବେହେରା, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନୀଳାମ୍ବର ପରିଡ଼ା, ଦୀପ୍ତିରଂଜନ ଶତପଥି ପ୍ରମୁଖ ଡ଼ ମହତାବ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।

ମୁଖ୍ୟ ଅତିଥି ତେଜେଶ୍ୱର ପରିଡ଼ା ଡ଼ ମହତାବ ଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରି ଡ଼ ମହତାବ ଏକାଧାରରେ ଜଣେ ପ୍ରବୀଣ ରାଜନୀତିଜ୍ଞ, ସ୍ୱାଧିନତା ସଂଗ୍ରାମୀ, ଖ୍ୟାତନାମା ସାହିତ୍ୟିକ, ଗାଳ୍ପିକ ଓ ଐତିହାସିକ ଥିଲେ । ଡ଼ ମହତାବ ଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରବଙ୍କନଶ୍ୱର ରାଜଧାନୀ, ବାରବାଟୀ ଷ୍ଟାଡ଼ିଅମ୍, ହୀରାକୁଦ ପଥର ବନ୍ଧ, ଗଡ଼ଜାତ ମିଶ୍ରଣ ଆଦି ଅନେକ ଐତିହ୍ୟ ତାଙ୍କର ଅକ୍ଷୟ କୀର୍ତି ବୋଲି କହିଥିଲେ । ପାଟକୁରା ମହତାବ ଜୟନ୍ତୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁବାସ ଖୁଂଟିଆ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *