ଟ୍ରକ ମାଲିକ ମାନଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଆବେଦନ

ଭୁବନେଶ୍ୱର,୨୦/୦୫/୨୦୨୬(ଓଡ଼ିଶା ସମାଚାର)-ଟ୍ରକ ମାଲିକ ସଂଘ ପକ୍ଷରୁ ରାଜ୍ୟର ଟ୍ରକ ମାଲିକମାନଙ୍କ ଦୀର୍ଘଦିନର ସମସ୍ୟା, ଅନ୍ୟାୟ ଜୋରିମାନା, ଡିଜେଲ ମୂଲ୍ୟ ବୃଦ୍ଧି ଓ ନ୍ୟାୟସଙ୍ଗତ ପରିବହନ ଭଡ଼ା ଧାର୍ଯ୍ୟ କରିବା ଆଦି ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଏକ ଲିଖିତ ଆବଦେନ ପ୍ରଦାନ କରାଯାଇଛି । ଏହି ଆବେଦନରେ ଟ୍ରକ ମାଲିକମାନଙ୍କ ଦ୍ୱାରା ରାଜ୍ୟର ଅର୍ଥନୀତି, ଜରୁରୀ ସେବା, ଔଷଧ ପରିବହନ, ଖାଦ୍ୟ ସାମଗ୍ରୀ ଯୋଗାଣ ଓ ବିପଦ ସମୟରେ ଦିଆଯାଉଥିବା ସେବା ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ସେହିପରି ଟ୍ରକ ମାଲିକମାନଙ୍କ ଉପରେ ବଢୁଥିବା ଆର୍ଥିକ ଚାପ, ଅନ୍ୟାୟ ଜୋରିମାନା, ଭଡ଼ା ଅନିୟମିତତା ଓ ପ୍ରଶାସନିକ ଅବହେଳା ପ୍ରତି ଗଭୀର ଚିନ୍ତା ପ୍ରକାଶ କରାଯାଇଛି । ଉକ୍ତ ଚିଠିର ନକଲ ଓଡ଼ିଶାର ସମସ୍ତ ମାନ୍ୟବର ବିଧାୟକ, ସାଂସଦ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରେରଣ କରାଯାଇଛି ।

ଟ୍ରକ ମାଲିକ ସଂଘ ଆଶା କରିଛି ଯେ, ସରକାର ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତର ସହିତ ବିଚାର କରି ଶୀଘ୍ର ସକରାତ୍ମକ ପଦକ୍ଷେପ ନେବେ । ଏ ବିଷୟରେ ଭୁବନେଶ୍ୱରରେ ଏକ ଜରୁରୀ ବୈଠକରେ ଆଲୋଚନା ହୋଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ବାସଭବନରେ ପ୍ରଦାନ କରାଯାଇଛି । ମୁକୁନ୍ଦ ନାଥ, ଦିନନାଥ ସ, ଜିତେନ୍ଦ୍ର ସାହୁ, ଲକ୍ଷ୍ମୀଧର ନାୟକ, ରଶ୍ମୀ ରଞ୍ଜନ ବାରିକ, ରାଜୁ ଚିସ୍ତି, ଦାମୋଦର ସାହୁ, କିଶୋର ଚନ୍ଦ୍ର ସାହୁ, ଫିରୋଜ ଖାନ, ଇମ୍ରାନ ଖାନ, ଅଶୋକ ଦାସ, ତପନ ବେହେରା, ଏସ୍କେ ଇବ୍ରାହିମ, ଅବଦୁଲ ଓହିଦ, ବାସୀମ, ଗୋଲଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *