ଖଲ୍ଲିକୋଟ,୦୬/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି ତା ୦୬/୧୦/୨୦୨୫ ସୋମବାର ଦିନ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ,ବରିଷ୍ଠ ନାଗରିକ ମଞ୍ଚ ଖଲ୍ଲିକୋଟ ଏବଂ ଏପିଯେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ର ଆୟୋଜନ କରା ଯାଇଥିଲା ।
ଉକ୍ତ ଶିବିର ରେ ମୋଟ – ୩୦ ଜଣଙ୍କ ଚକ୍ଷୁ ର ପରୀକ୍ଷା କରାଯାଇଥିଲା । ୫ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ କୁ ପରଳ ଅପେରସନ ପାଇଁ ନିଆଗଲା । ପ୍ରତି ମାସର ପ୍ରଥମ ସୋମବାର ଦିନ ଏହି ଶିବିର ଆୟୋଜନ କରାଯାଉଛି । ମେଡିକାଲ ତରଫରୁ – ଚିତ୍ରସେନ ଗୌଡ଼ (କ୍ୟାମ୍ପ ମ୍ୟାନେଜେର ), ଚାନ୍ଦିନୀ, ଭାରତୀ ଯୋଗଦେଇଥିଲେ । ଡ଼ ଏପିଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ମଞ୍ଚ ର ସଂପାଦକ ଶ୍ର ପ୍ରମୋଦ କୁମାର ପଟ୍ଟନାୟକ,A.N.M.ସୁଶ୍ରୀ ଲକ୍ଷ୍ମୀ ଦାସ ସହଯୋଗ କରିଥିଲେ।
