ଭୁବନେଶ୍ୱର, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତାକାଲି (ବୁଧବାର) ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏଥିଲାଗି ରାଜଧାନୀର ଜନତା ମୈଦାନ ପ୍ରସ୍ତୁତ ହୋଇ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଓ ବହୁ ଭିଭିଆଇପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏଥିଲାଗି ଟ୍ରାଫିକ କଟକଣା ଠାରୁ ସୁରକ୍ଷା ବ୍ୟବସ୍ଥା ପର୍ୟ୍ୟନ୍ତ ସବୁକିଛି କଡାକଡି କରାଯାଇଛି। ସୁରକ୍ଷା ଦାୟିତ୍ଵରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେବେ। ଆସନ୍ତାକାଲି (ବୁଧବାର) ଭୁବନେଶ୍ଵରର ସମସ୍ତ ସରକାରୀ କାର୍ୟ୍ୟାଳୟ ଅଧା ଦିନ ଛୁଟି ରହିବ। ଅପରାହ୍ନ ୧ଟାରୁ ଏହି ଛୁଟି ଲାଗୁ ହେବ। ରାଜସ୍ଵ ଓ ବିପର୍ୟ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।
ଶପଥ ସମାରୋହ ପାଇଁ ବୁଧବାର ଅଧା ଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ୟ୍ୟାଳୟ
