ଦାମୋଦରପୁର ସତ୍ୟସାଇ ଭଜନ ମଣ୍ଡଳୀ ର ବାର୍ଷିକ ଉତ୍ସବ

ନିଶ୍ଚିନ୍ତକୋଇଲି, ୦୩/୦୧/୨୦୨୬(ଓଡିଶା ସମାଚାର/ ଅଭୟ ଜେନା)-କଳମିଶ୍ରି ପଂଚାୟତ ଦାମୋଦର ପୁର ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପ୍ରଭାତ ରୁ ଉଷା କୀର୍ତ୍ତନ,ଷୋଡଶ ଉପଚାର ପୂଜା, ସାଇ ଭଜନ, ଦିବ୍ୟ ସମ୍ଭାଷଣ ତଥା ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

 ଆବାହକ ବଂଶୀଧର ପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଲେପୁର, ରାଇସୁଂଗୁଡା, କିଶନ ନଗର ଆଦି ସାଇ ସଂଗଠନ ର କର୍ମକର୍ତ୍ତା ଓ ପ୍ରବକ୍ତା ମାନେ ଭଗବାନ ସତ୍ୟସାଇ ଙ୍କ ବାଣୀ ଓ ମାର୍ଗ ଦର୍ଶନ ଉପରେ ଉଦବୋଧନ ଦେଇଥିଲେ ।  କାର୍ଯ୍ୟକ୍ରମ ରେ ଦାମୋଦରପୁର ଭଜନ ମଣ୍ଡଳୀ ର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଓ ସାଇ ପ୍ରେମୀ ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *