ଧର୍ମପ୍ରାଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡ଼ା,୦୩/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୧୭ନମ୍ବର ୱାର୍ଡର ବଡହାଟ ନିବାସୀ ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସତ୍ୟଭାମା ସିଂହଙ୍କ ୮୪ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି ।

ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ପୁତ୍ର ସଂଗ୍ରାମ, ସତ୍ୟବ୍ରତ, ରଞ୍ଜିତଙ୍କ ସମେତ ପରିବାର ପରିଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁ, କାଉନସିଲର ଉମେଶ ଚନ୍ଦ୍ର ନାୟକ, ଧିରେନ ଦାସ, ଗୋଲଖ ପରିଡା, ଆଡଭୋକେଟ ସଞ୍ଜୟ ଜେନା, ରମଣୀରଞ୍ଜନ ରାଉତରାୟ, ପ୍ରଦୀପ ସିଂ, ଗିରିଜା ପ୍ରସାଦ ଦାସ, କିଶୋର ଚନ୍ଦ୍ର ସାହୁ, ମହମ୍ମଦ ଜାହିଦ ଖାନ, ଡାକ୍ତର ପ୍ରଫୁଲ୍ଲ ଦାସ, ଡାକ୍ତର ଧନେଶ୍ୱର ପ୍ରଧାନ, ଡାକ୍ତର ସରୋଜ ତ୍ରିପାଠୀ, ସତ୍ୟପ୍ରିୟ ଦାସ, ସନ୍ତୋଷ ନାୟକ, ଆଦିତ୍ୟ କୁମାର ସାହୁ, ପ୍ରତାପ ମହାପାତ୍ର, କୁଳମଣୀ ମଲ୍ଲିକ, ବନମାଳି ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବଡହାଟସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସେ ଜଣେ ଶ୍ରୀମା ଅରୋବିନ୍ଦଙ୍କ ଭକ୍ତ ହୋଇଥିବାରୁ ତାଙ୍କ ପାଇଁ ପଣ୍ଡିଚେରୀରୁ ନୟନା ବେହେରା ମାଟି ଆଣି ଆସିଥିଲେ । ସ୍ୱର୍ଗତା ସିଂହ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ, ପରୋପକାରୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯଇଛି । ରଣପଡାସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସଂଗ୍ରାମ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡ. ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *