ଶିକ୍ଷାର ଦେବୀ ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ

ନାରୀ ଯଦି ଆଗେଇ ପାରିଛି ସାବିତ୍ରୀ ବାଇ ଫୁଲେଙ୍କ ପାଇଁ

ଜୁନାଗଡ,୦୩/୦୧/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ସନ୍ୟାସୀ କୁଣ୍ଡାମାଲ ସ୍ଥିତ ନୂତନ ପଣ୍ଡରାମାଳି ସମାଜ ଭବନ ଠାରେ ପଣ୍ଡରାମାଳି ସେବା ସଂଘ ଓ ପଣ୍ଡରା ମାଳି ଯୁବ ବାହିନୀ କଳାହାଣ୍ଡି ପକ୍ଷରୁ ଶନିବାର ରାଷ୍ଟ୍ରୀୟ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୫ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ପଣ୍ଡରାମାଳି ସେବା ସଂଘର ସଭାପତି ଇଶ୍ୱର ପୁଝାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶୀକ୍ଷାବିତ୍ ଗିରିଶ ଚନ୍ଦ୍ର ନାଏକ ମୁଖ୍ୟ ବକ୍ତା, ଦୁର୍ଯ୍ୟୋଧନ ନାଏକ, ସମ୍ପାଦକ ଲୋକେଶ ନାଏକ, ବିଷ୍ଣୁ ପ୍ରାସାଦ ନାଏକ, ବିଶିଷ୍ଟ ଅତିଥି ସ୍ମୁତିରେଖା ନାଏକ, ଆଇନ ବିଶେଷଜ୍ଞା କଲ୍ୟାଣୀ ନାଏକ, ଜୁନାଗଡ଼ ବ୍ଲକ ସଭାନେତ୍ରୀ ଦୁଶିଲା ମାଝୀ, ନୀଳକଣ୍ଠ ବିଶି, ପୁରୁଷୋତ୍ତମ ପାରି, ଗୋଦାବରୀଶ ନାଏକ, ଗୌରହରୀ ନାଏକ, ସୁବାସ ଚନ୍ଦ୍ର ନାଏକ, ଗଜିନ୍ଦ୍ର ନାଏକ, ବେଣୁଧର ଟୋଲଟିଆ ପ୍ରମୁଖ ଯୋଗଦେଇ ଯେଉଁ ସମୟରେ ମହିଳାଙ୍କୁ ପରଦା ପଛରେ ରଖାଯାଉଥିଲା

ସେହି ସମୟରେ ସାବିତ୍ରୀ ବାଇ ଫୁଲେ ତାଙ୍କ ସ୍ୱାମୀ ଜ୍ୟେତିବା ଫୁଲେଙ୍କ ସହାୟତା ଯୋଗୁଁ ନିଜେ ଶିକ୍ଷିତ ହେବା ସହ ଅନ୍ୟ ମହିଳାମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରେରିତ କରିପାରିଥିଲେ। ଦୃଢ଼ ଆତ୍ମବିଶ୍ୱାସ ଏବଂ ସ୍ୱାମୀଙ୍କ ସହଯୋଗ ଯୋଗୁଁ ସେ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ। ଉନବିଂଶ ଶତାଦ୍ଦିରେ ପଛୁଆ ବର୍ଗର ମହିଳାଙ୍କୁ ପାଠ ପଢ଼ାଇବା ଏବଂ ସମାଜ କାର୍ଯ୍ୟରେ ଭାଗ ନେବା ଅନେକ କଠିନ ଥିଲା। କୁହାଯାଉଛି ଯେ, ସାବିତ୍ରୀବାଇ ସ୍କୁଲକୁ ପଢ଼ାଇବାକୁ ଯାଉଥିବାବେଳେ ତାଙ୍କୁ ଲୋକମାନେ ଅନେକ ଟାହିଟାପରା କରିବା ସହ ପଥର ମାଡ଼ ମଧ୍ୟ କରୁଥିଲେ।

ଏସବୁ ସତ୍ୱେ ସେ ପାଠ ପଢ଼ାଇବା ଛାଡ଼ି ନଥିଲେ। ଆଜି ଯଦି ନାରୀ ଆଗେଇ ପାରିଛି କେବଳ ସାବିତ୍ରୀ ବାଇ ଫୁଲେଙ୍କ ପାଇଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ତାଙ୍କର ଅତୁଳନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି କ୍ରମରେ ପଣ୍ଡରାମାଳି ସମାଜର ପ୍ରଥମ ମହିଳା ଶିକ୍ଷୟତ୍ରୀ ସ୍ୱର୍ଗତ କୁମୁଦୀନି ନାକଙ୍କ ଉଦେଶ୍ୟରେ ମାନପତ୍ର ଦେଇ ତାଙ୍କ ପରିବାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମାଜର ମହିଳା ଶିକ୍ଷୟତ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କୁନି କୁନି ଝିଅ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇନପରାମର୍ଶ ଦାତା ତଥା ଯୁବ ବାହିନୀ ପ୍ରତିଷ୍ଠାତା ଦୁର୍ଗାପ୍ରସାଦ ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପଣ୍ଡରାମାଳି ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଛତିଶଗଡ଼, ନବରଙ୍ଗପୁର, ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରୁ ଶତାଧିକ ଲୋକେ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *