ସାଇମନ୍ଦିର ର  ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ନିଶ୍ଚିନ୍ତକୋଇଲି,୦୮/୦୨/୨୦୨୬(ଓଡିଶା ସମାଚାର /ଅଭୟ ଜେନା )କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ଗୋପୀନାଥପୁର ଠାରେ ସିରିଡି ସାଇ ମନ୍ଦିର ର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଗତ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ବୈଦିକ ରୀତିନୀତି ଅନୁଯାଇ ପ୍ରତିଷ୍ଠା ଉତ୍ସବ ରେ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା ।

 ବାର୍ଷିକ ଉତ୍ସବ ଅବସରରେ ପ୍ରତ୍ୟହ ସନ୍ଧ୍ୟା ରେ ଭଜନ, ପ୍ରବଚନ ଆଦି ଅନୁଷ୍ଠିତ ହୋଇଥିଲା ।  ସିରିଡି ସାଇ ଙ୍କ ଆଶ୍ରିତ ବୈଷ୍ଣବ ଚରଣ ସାହୁ ଓ ସଂଯୁକ୍ତା ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉତ୍ସବ ରେ ସ୍ବର୍ଣ୍ଣ ରେଖା ସାହୁ, ଚନ୍ଦନ ସାହୁ, ସୁମନ ସାହୁଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗ ରେ ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।  ଏହି ଅବସରରେ ଅନୁଷ୍ଠିତ ଯଜ୍ଞ ର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।  ସାଇକୃପା ଲାଭ ନିମନ୍ତେ ଶହ ଶହ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *