ନିଶ୍ଚିନ୍ତକୋଇଲି, ୦୩/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ପଦ୍ମବନ ପୀଠ ନେମାଳ ଠାରେ ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୁଷ୍ପ ଲାଗି ବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରମୁଖ ସହରରୁ ପୁଷ୍ପକାର ମାନେ ଆସି ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଗଜ ଉଦ୍ଧାରଣ ବେଶ, ରାଜ ରାଜେଶ୍ୱରୀ ବେଶ ଓ ଜଗନ୍ନାଥଙ୍କ ପ୍ରତିରୁପରେ ସଜାଇ ଥିଲେ ।

ମଧ୍ୟାହ୍ନ ରେ ସ୍ଥାନୀୟ କୁଞ୍ଜ ବିହାରୀ ପୀଠ ରୁ ୪୨ ଫୁଟ ଲମ୍ବର ଏକ ପଗଡ଼ି ବିରାଟ ଶୋଭା ଯାତ୍ରାରେ ଅଣାଯାଇ ଦଧିବାମନ ପୀଠ,ମା ମଙ୍ଗଳାଙ୍କ ଦର୍ଶନ,ମା ତାରିଣୀ ଙ୍କ ଦର୍ଶନ ଓ ଜାଗୁଳାଇ ଙ୍କୁ ଲାଗି ପରେ ମହାପୁରୁଷଙ୍କ ମସ୍ତକରେ ଅଚ୍ୟୁତାନନ୍ଦଙ୍କ ସେବକ ମାନଙ୍କ ଦ୍ଵାରା ପିନ୍ଧା ଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୦ ହଜାରରୁ ଉର୍ଦ୍ଧ୍ବ ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁ ମହାପୁରୁଷଙ୍କୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ସ୍ମୃତିରଞ୍ଜନ ଦେଓ ,ସମାଜସେବୀ ପ୍ରସନ୍ନ ବେଉରା,ତହସିଲଦାର ଦମୟନ୍ତୀ ସାହୁ, ଅଜୟ ପୃଷ୍ଟି ,ଧରଣୀଧର ପୂଜାରୀ,ଅମର ବଲ୍ଲଭ ଦାସଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିବା ବେଳେ ନେମାଳ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।
