ରାଜ୍ୟ ସଂଖ୍ୟାଲଘୁ ସଂଘର ଭି.କେ.ପାଣ୍ଡିଆନଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, ୨୪/୫/୨୦୨୪ (ଓଡ଼ିଶା ସମାଚାର)- ବିଗତ କିଛି ଦିନ ହେଲା ରାଜ୍ୟ ସଂଖ୍ୟାଲଘୁ ସଂଘର ସଦସ୍ୟ ମାନେ ସରକାରଙ୍କୁ ତାଙ୍କର ମୌଳିକ ସମସ୍ୟା ଗୁଡିକ ସମ୍ପର୍କରେ ଦର୍ଶାଇ ଥିଲେ । ଏହାକୁ ଭିକ୍ତି କରି ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ରାଜ୍ୟ ସଂଖ୍ୟାଲଘୁ ସଂଘର ସଦସ୍ୟଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରାଯିବ ବୋଲି ଦୃଢ଼ ପ୍ରତିଶୁତି ଦେଇଛନ୍ତି । ଏଥିସହିତ ରାଜ୍ୟରେ ଚାଲିଥିବା ସାଧାରଣ ନିର୍ବାଚନରେ ରାଜ୍ୟ ସାରା ବୁଲିି ବିଜୁ ଜନତାଦଳ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହି ଆଲୋଚନାରେ ସଂଯୋଜକ ଡ଼କ୍ଟର ସାମି ସଲିମଙ୍କ ନେତୃତ୍ୱରେ ସେକ ସଇଦୂର ରେହମାନ, କଲିମ ଖାନ, ସେକ ଅସଲାମ, ସେକ ଲିୟାକତ ଅଲି, ବିଜୁ ଜନତା ଦଳ ଯୁବ ସଂଖ୍ୟାଲଘୁ ସେଲ ସଭାପତି ତଥା ଅଖିଳ ଭାରତୀୟ ପଛୁଆବର୍ଗ ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ମହମ୍ମଦ ଆମିର, ମାତବୁଲ ନୁରାନି ଖାଁ, ସେକ ସାଲାଉଦ୍ଧିନ, ଅକ୍ରମ ଖାଁ, ବୁଡ଼ନ ଖାଁ, ସେକ ମୁରସିଦ୍, ସେକ ଟିପୁ, ନଇମ୍ ଖାଁ, ସେକ ଆଫତାଫ, ସେକ ଫାରୁକ, ସେକ ଗୋଲାମ ମଦନି, ସେକ ହାଫିଜୁଲ୍ଲା, ଅଫସର ଅଲି ଖାଁ, ବରକତ ଅଲି, ସଫିରୁଦ୍ଧିନ ଖାଁ, ସେକ ଇସମାଇଲ, ସେକ ଆମିନ, ସେକ ଜାଲାଲ, ସେକ କଲାମ, ସେକ ଅୱେଶଉଦ୍ଧିନ, ସେକ କୟୁମ, ସେକ ଆଲ୍ଲାଦ୍ଧିନ, ସେକ ମଜାହିଦ ଅଲମ, ଅନୱାର ଖାଁ, ସେକ ସରିଫ, ସେକ ସିକନ୍ଦର ଓ ସେକ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *