ଚାରିଦିନିଆ ଦିଲ୍ଲୀ ଗସ୍ତରେ ବାଚସ୍ପତି

ଭୁବନେଶ୍ୱର, ୨୨/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦଶମରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟ ଠାରେ ଅନୁଷ୍ଠିତ ହେଉଅଛି। ଲୋକସଭାର ବାଚସ୍ପତି ଶ୍ରୀଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗ ଦେଉଛନ୍ତି । ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ରାଜ୍ୟ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଯୋଗ ଦେଉଛନ୍ତି । ବାଚସ୍ପତି ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *