ଭଳିନୁଆଗାଁରେ ଜଗତ ଜନନୀ ମା ମଙ୍ଗଳାଙ୍କ ୧୮ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ଯାଜପୁର, ୧୦/୦୫/୨୦୨୪ (ଓଡ଼ିଶା ସମାଚାର)-ପବିତ୍ର ଅକ୍ଷୟ ତୃତୀୟା ଶୁଭ ଅବସରରେ ବରୀ ବ୍ଲକ୍ ଅନ୍ତର୍ଗତ ଭଳିନୂଆଗାଁ  ଗ୍ରାମର ବରୀ ବରୁଆଁ  ଏମଡିଆର  ରାସ୍ତା ଶଙ୍କାରିଗଡ଼ା ଠାରେ  ବିଦ୍ୟମାନ  ଜଗତଜନନୀ ମା’ ମଙ୍ଗଳା ଙ୍କ ୧୮ ତମ ଜନ୍ମ ବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଅଛି । ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ବାରା ପ୍ରାତହଃ ରୁ  କଳସ ଯାତ୍ରା ଓ ପରେ ପରେ  ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା , ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ମା ଙ୍କ କରୁଣା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ ।

ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁମାନେ ଉ କିପରି ପଭୋଗ କରିବେ ସେ ନେଇ  ଅନୁଷ୍ଠାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପୂଜକ ଶ୍ରୀ ରବୀନ୍ଦ୍ର ସାହୁ ଓ ଅନ୍ୟମାନେ  ବହୁ ବର୍ଷ ଧରି ପରିଚାଳନା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *