ଜିଲାକୁ ଏକ ନମ୍ବର ଜିଲାରେ ପରିଣତ କରିବାକୁ ଏକଜୁଟ ହୋଇ କାମକର
କେନ୍ଦ୍ରାପଡ଼ା,୦୧/୦୧/୨୦୨୬(ଓଡ଼ିଶା ସମାଚାର)-ନୂଆା ବର୍ଷ ଅବସରରେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ରଘୁରାମ ଆର. ଆୟର ଜିଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଅଧିକାରୀ ମାନେ ନିଜ ନିଜ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଯେପରିକି ଅଡ଼ିଟୋରିୟମ ନିର୍ମାଣ ,ଅତିଥି ଭବନ, ଇଣ୍ଡୋର ହଲ, ସୁଇମିଂ ପୁଲ୍ ନିର୍ମାଣ, ଶୀତଳ ଭଣ୍ଡାର, ନୂତନ ରାସ୍ତା ନିର୍ମାଣ ସହିତ ଅନ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ବିଭାଗ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ବିଭାଗର ସଫଳତା ହିଁ ଜିଲାର ସଫଳତା ବୋଲି ଜିଲାପାଳ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ, ବିଡ଼ିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ ।
