ଗରଦପୁର,୧୮/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ମୁଖ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ଠାରେ ଏକ ଭାରତୀୟ ଷ୍ଟେଟ ବ୍ୟାଙ୍କ ରହିଛି । ଏହାର ବ୍ୟବସାୟ ବୃଦ୍ଧି ଓ ଗ୍ରାହକଙ୍କ ସୁବିଧା ପାଇଁ ଜଗତସିଂହପୁର ଜିଲା ତିର୍ତୋଲ ବ୍ଲକ୍ କୃଷ୍ଣାନନ୍ଦପୁର ପଂଚାୟତର କୃଷ୍ଣାନନ୍ଦପୁର ଠାରେ ଗୋଟିଏ ଓ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତ ର ମହମ୍ମଦପୁର (ବିିଲହାଟ) ଠାରେ ଗୋଟିଏ ଏହିପରି ଦୁଇଟି ଏଟିମ୍ ସ୍ଥାପନ କରାଯାଇଛି ।
ହେଲେ ଗତ ଫେବୃଆରୀ ମାସରୁ ଆଜିକୁ ଦୀର୍ଘ ୭ମାସ ହେଲା କୃଷ୍ଣାନନ୍ଦପୁର ଠାରେ ଖୋଲାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ବନ୍ଦ ହୋଇ ରହିଛି । ଫଳରେ ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ଟଙ୍କା ଉଠାଣ ପାଇଁ ବହୁ ୍ରସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଇପୁର, ପଳସୁଧା କିମ୍ବା ବିଲହାଟ ରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କୁ ଗ୍ରାହକମାନଙ୍କୁ ଦୌଡ଼ିବାକୁ ପଡ଼ୁଛି । ବିଶେଷକରି ଷ୍ଟେଟ ବ୍ୟାଙ୍କର ପେନସନଧାରୀ, ବୟସ୍କ ଟଙ୍କା ଉଠାଣରେ ଅସୁବିଧା ଭୋଗ କରୁଥିବାରୁ ଘରର ସାମନ୍ , ପରିବା ପତ୍ର, ଗ୍ରୋସରୀ ଜିନିଷ ଆଦି କ୍ରୟ କରିବାରେ ଓ ହାଟ ବଜାର କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ହେଲେ ଅତ୍ୟନ୍ତ ପରିତାପର ବିଷୟ ଯେ ଗତ ଫେବୃଆରୀ ମାସରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୭ ମାସ ହେଲା କୃଷ୍ଣାନନ୍ଦପୁର ଠାରେ ଖୋଲାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ଟି ବନ୍ଦ ହୋଇ ରହିଛି , ସେଥିପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ । କୃଷ୍ଣାନନ୍ଦପୁର ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କୁ ଅବିଳମ୍ବେ ଚାଲୁ କରିବାକୁ ସମାଜସେବୀ ଅବ୍ଦୁଲ ୱାହିଦ୍ , ସୟଦ ଖଲିକୁଦ ଜମା, ନିତ୍ୟାନନ୍ଦ ବେହେରା, ଆଜାଦ ମହମ୍ମଦ, ଅଜମେର ଓ ରମେଶ ବେହେରା ପ୍ରମୁଖ ଦାବି କରିଛନ୍ତି ।
