ଇଂରାଜୀ ନବବର୍ଷରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ

କେନ୍ଦ୍ରାପଡ଼ା,୦୧/୦୧/୨୦୨୬(ଓଡ଼ିଶା ସମାଚାର)- ନୂଆ ବର୍ଷ ଉପଲକ୍ଷେ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ କେନ୍ଦ୍ରାପଡ଼ା ଜିଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଦର୍ଶନ ପାଇଁ ଭିଡ଼ ଜମାଇଥିବାର ଦେଖିବାକୁ ମିଳିଛି । ଗୁରୁବାର ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା । ରାତି ପର୍ଯ୍ୟନ୍ତ ମଧ୍ୟ ଏହି ଭିଡ଼ ଲାଗି ରହିଥିଲା । ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ବାସୀ ମୁଖ୍ୟତଃ ନୂଆ ବର୍ଷରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିସାରିବା ପରେ ଅନ୍ୟ କାର୍ଯ୍ୟ କରିଥାନ୍ତି ।

ସକାଳୁ ଶ୍ରୀଜୀଉଙ୍କ ରୀତି ନୀତି ସମ୍ପନ୍ନ କରାଯିବା ପରେ ସାହାଣ ମେଲା ଆରମ୍ଭ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଆଜି ଜିଲାପାଳ ରଘୁରାମ ଆର.ଆୟାର, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ବହବୁ ବିଶିଷ୍ଟବ୍ୟକ୍ତି ଶ୍ରୀଜୀଉଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥରଲେ । ଗୁରୁବାର ନୂଆ ବର୍ଷ ପଡିଥିବାରୁ ବଳଦେବଜୀଉଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଥିଲା ।

ଭକ୍ତମାନେ ଗୁରୁବାର ଭୋର ସମୟରୁ ମନ୍ଦିରକୁ ଆସିଥିଲେ । ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିରରେ ଗହଳି ଲାଗି ରହିଥିଲା । ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିବା ଜଣାପଡିଛିି । ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ବଳ ମୁତୟନ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା । ତେଣୁ ବିଶେଷ କିଛି ଅଘଟଣ ଘଟି ନଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *