ଆଇଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୦୧/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ନୂଆବର୍ଷର ପ୍ରଥମ ଦିନରେ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଏହି ଅଦଳବଦଳ ଅନୁଯାୟୀ, ଅନୁ ଗର୍ଗଙ୍କ ସ୍ଥାନରେ ରାଜ୍ୟର ନୂଆ ଉନ୍ନୟନ କମିଶନର ଭାବେ ଦେଓରଞ୍ଜନ କୁମାର ସିଂ ନିଯୁକ୍ତ ହୋଇଛନ୍ତି। ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ୟ୍ୟଭାର ସମ୍ଭାଳିବେ। ସେହିପରି ରାଜେଶ ପ୍ରଭାକର ପାଟିଲଙ୍କୁ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତ କରାଯାଇଛି। ଏଥିସହିତ ସେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଶୁଭା ଶର୍ମା ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ। ଭାସ୍କରଜ୍ୟୋତି ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ।ସେହିପରି ପ୍ରଶାସନିକ ସ୍ତରରେ ଜିଲ୍ଲାପାଳଙ୍କ ମଧ୍ୟରେ ମଧ୍ୟ ଅଦଳବଦଳ ହୋଇଛି। ମଧୁସ୍ମିତା ରଥଙ୍କୁ ନୟାଗଡ଼ର ନୂଆ ଜିଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ, ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *