ଭୁବନେଶ୍ୱର,୨୪/୦୫/୨୦୨୫(ଓଡ଼ିଶା ସମାଚାର)- ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତେ ମେ ୨୬ରେ କରିବା ପାଇଁ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭କୁ ସ୍ଥିରହୋଇଥିଲା ।
ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ । ତେଣୁ ଛୁଟି ତାରିଖକୁ ପରିବର୍ତନ କରାଯାଇଛି । ଫଳରେ ୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଓ ୨୬ ତାରିଖ ବନ୍ଦ ରହିବ ।
