ବିଜେପି କଟକ ଜିଲ୍ଲା କମିଟିରେ ସୁରେଶ ଓ ଅଶୋକ ସ୍ଥାନ ପାଇଲେ

କଟକ ସଦର,୦୧/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତୃଣମୂଳ ସ୍ତରରୁ ବିଧାନସଭା କ୍ଷେତ୍ରରେ ଦଳକୁ ସଶକ୍ତ ଓ ସୁଦୃଢ କରିବାକୁ କଟକ ସହରାଞ୍ଚଳ ବିଜେପି ଜିଲ୍ଲା ତାର ପରିବର୍ଦ୍ଧିତ ପଦାଧିକାରୀ କମିଟି ଗଠନ କରିଛି।

ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ଓ ଜିଲ୍ଲା ପ୍ରଭାରୀ ଇଂ ଞ୍ଜାନ ଦେଵ ବେଉରା ଙ୍କ ଅନୁମୋଦନ କ୍ରମେ କଟକ ସଦର ର ତିନି ଜଣ ସୁରେଶ ଚନ୍ଦ୍ର ଜେନା ଙ୍କୁ ଉପ ସଭାପତି, ଅଶୋକ କୁମାର ସାହୁ ଙ୍କୁ ସାଧାରଣ ସଂପାଦକ ଓ ସୁଜାତା ନନ୍ଦ ଙ୍କୁ ସମ୍ପାଦିକା ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି। ଏଥିପାଇଁ ନଵ ନିଯୁକ୍ତ ପଦାଧିକାରୀ ଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।

 

Leave a Reply

Your email address will not be published. Required fields are marked *