ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା-ସମ୍ୱନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତନ

ଭୁବନେଶ୍ୱର,୦୧/୦୧/୨୦୨୬(ଓଡ଼ିଶା ସମାଚାର)- ଯାତ୍ରୀ ସୁରକ୍ଷା ବୃଦ୍ଧିକରିବା ଏବଂ ରେଳ ଭିତିଭୂମିର ବିଶ୍ୱସନୀୟତାକୁ ସୁନିଶ୍ଚିତ କରିବା ଉଦ୍ଧେଶ୍ୟରେ, ପୂର୍ବତଟ ରେଳପଥ ଜାନୁଆରୀ ୨୦୨୬ ମଧ୍ୟରେ ଖୋର୍ଦ୍ଧା ରୋଡ୍ ଡିଭିଜନରେ ଜରୁରୀ ସୁରକ୍ଷାସମ୍ୱନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ ।

ଫଳସ୍ୱରୂପ, ନିମ୍ନଲିଖିତ ଟ୍ରେନଗୁଡ଼ିକ ବାତିଲ, ପୁନଃନିର୍ଦ୍ଧାରଣ ଏବଂ ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତି/ ଅବଧି କରାଯିବ । ବାତିଲ ହେଉଥିବା ଟ୍ରେନଗୁଡ଼ିକ: – ଟ୍ରେନ୍ ନମ୍ୱର ୬୮୪୧୯ ଭୁବନେଶ୍ୱର – ପାଲାସା ପାସେଞ୍ଜର ଜାନୁଆରୀ ୦୧, ୦୪, ୦୫, ୦୬, ୦୮, ୧୧, ୧୨, ୧୩, ୧୫, ୧୮, ୧୯, ୨୦, ୨୨, ୨୫, ୨୬, ୨୭ ଏବଂ ୨୯, ୨୦୨୬ ରେ ବାତିଲ ରହିବ ।

– ଟ୍ରେନ ନମ୍ୱର ୬୮୪୨୦ ପଲାସା-ଭୁବନେଶ୍ୱର ପାସେଞ୍ଜର ଜାନୁଆରୀ ୦୨, ୦୫, ୦୬, ୦୭, ୦୯, ୧୨, ୧୩, ୧୪, ୧୬, ୧୯, ୨୦, ୨୧, ୨୩, ୨୬, ୨୭, ୨୮ ଏବଂ ୩୦, ୨୦୨୬ ରେ ବାତିଲ ରହିବ । ସେହିଭଳି ଜାନୁଆରୀ ୦୧, ୦୨, ୦୫, ୦୬, ୦୮, ୦୯, ୧୨, ୧୩, ୧୫, ୧୬, ୧୯, ୨୦, ୨୨, ୨୩, ୨୬, ୨୭, ୨୯ ଏବଂ ୩୦, ୨୦୨୬ ରେ ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ହେଲା : – ଟ୍ରେନ ନମ୍ୱର ୧୮୦୨୧/ ୧୮୦୨୨ ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍ – ଟ୍ରେନ୍ ନମ୍ୱର ୬୮୪୨୪/ ୬୮୪୨୩ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ଗୁଡ଼ିକର ସମୟରେ ପୁନଃନିର୍ଦ୍ଧାରଣ: – ଟ୍ରେନ ନମ୍ୱର ୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍ ଜାନୁଆରୀ ୦୧, ୦୫, ୦୮, ୧୨, ୧୫, ୧୯, ୨୨, ୨୬ ଏବଂ ୨୯, ୨୦୨୬ ଦିନ ହାଓଡ଼ାରୁ ନିର୍ଦ୍ଧାରିତ ସମୟ ଠାରୁ ୧ ଘଂଟା ୩୦ ମିନିଟ୍ ବିଳମ୍ୱରେ ଛାଡିବ ।– ଟ୍ରେନ ନମ୍ୱର ୧୨୮୪୦ ଗଏଜ ଚେନ୍ନାଇ ସେଂଟ୍ରାଲ୍ –ହାଓଡ଼ା ଏକ୍ସପ୍ରେସ୍ ଜାନୁଆରୀ ୦୧, ୦୫, ୦୮, ୧୨, ୧୫, ୧୯, ୨୨, ୨୬ ଏବଂ ୨୯, ୨୦୨୬ ରେ ଗଏଜ ଚେନ୍ନାଇ ସେଂଟ୍ରାଲ ନିର୍ଦ୍ଧାରିତ ସମୟ ଠାରୁ ୨ ଘଂଟା ବିଳମ୍ୱରେ ଛାଡିବ । – ଟ୍ରେନ ନମ୍ୱର ୨୨୮୯୬ ପୁରୀ ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଜାନୁଆରୀ ୦୬, ୦୯, ୧୩, ୧୬, ୨୦,୨୩,୨୭ ଏବଂ ୩୦ରେ ପୁରୀରୁ ନିର୍ଦ୍ଧାରିତ ସମୟ ଠାରୁ ୧ ଘଂଟା ୩୦ ମିନିଟ୍ ବିଳମ୍ୱରେ ଛାଡିବ ।

Leave a Reply

Your email address will not be published. Required fields are marked *