ସଦରଵାସୀଙ୍କୁ ନୂଆବର୍ଷ ଅଭିନନ୍ଦନ ଜଣାଇଲେ ସମାଜସେବୀ ପ୍ରଫେସର ମନୋଜ ନାୟକ 

କଟକ ସଦର,୦୧/୦୧/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଆଜି ନୂଆବର୍ଷ ଗୁରୁବାର ପ୍ରତିଷ୍ୟରୁ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶୁଭେଛୁ ଓ ସମର୍ଥକଙ୍କ ଠାରୁ ଫୁଲତୋଡ଼ା ଓ ଉତ୍ତରୀୟ ଗ୍ରହଣ କରି ପ୍ରତିଦାନ ରେ ସଦରଵାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ନୂତନ ବର୍ଷ ସମସ୍ତ ଙ୍କ ପାଇଁ ନୂତନ ସମ୍ଭାବନା, ସକାରାତ୍ମକତା ଏଵଂ ଆନନ୍ଦ ଉଲ୍ଲାସର ବର୍ଷ ହେଉ ବୋଲି କହିଛନ୍ତି।

ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ୟୁନିୟନର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ବିଭୁତି ଭୁଷଣ ପରିଡ଼ା,ପ୍ରକାଶ ମାଝି, ସୁନିଲ କୁମାର ମୁଦୁଲି, ପିଙ୍କି ଭୋଇ ପ୍ରମୁଖ ବହୁ ସଦସ୍ୟ ସହାୟତା କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ପ୍ରାତଃ ଜଳଖିଆ ରେ ସମସ୍ତ ଙ୍କୁ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *